Latest Odisha News

BREAKING NEWS

ଅର୍ଚ୍ଚନା ନାଗ ‘ହନିଟ୍ରାପ’ରେ ବିଜେଡି-ବିଜେପି ନେତା, ହଲଚଲ ହେଲା ରାଜନୀତି

ଭୁବନେଶ୍ୱର: ବୋଧହୁଏ ଓଡିଶାରେ ପ୍ରଥମ! ଜଣେ ପାଖାପାଖି ୩୦ ବର୍ଷୀୟ ଯୁବତୀର ଜାଲରେ ଫସିଛନ୍ତି ନେତା, ବାବୁ ଏବଂ ବ୍ୟବସାୟୀ। ଆଉ ଯୁବତୀଙ୍କ ମାୟାଜାଲ ଏତେ ଅଡୁଆ କରିଛି ଯେ ପୁଲିସ ମଧ୍ୟ ପାଟି ଚୁପ କରି ନିଜ କାମ କରୁଛି। ନା କୋଭିଡ ଅଛି ନା ଅଶାନ୍ତ ହେଲା ଭଳି ପରିସ୍ଥିତି କିନ୍ତୁ ଅର୍ଚ୍ଚନାଙ୍କୁ ଭର୍ଟୁଆଲ କୋର୍ଟରେ ହାଜର କରୁଛି କମିଶନରେଟ ପୋଲିସ। ଅନ୍ଯପଟେ ଅର୍ଚ୍ଚନାଙ୍କ ସହିତ ବିଭିନ୍ନ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଜେଡି, ବିଜେପି ବିଧାୟକଙ୍କ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ନେଇ ମୁହାମୁହିଁ ହୋଇଛନ୍ତି ବିଜେଡି ବିଜେପି।

ଗତକାଲି କିଛି ଗଣମାଧ୍ୟମରେ ଅର୍ଚ୍ଚନାଙ୍କ ସହ ପଶ୍ଚିମ ଓଡିଶାର ବିଜେପି ନେତାଙ୍କ ଫଟୋ ପ୍ରସାରିତ ହୋଇଥିଲା। ସେହିପରି ଅର୍ଚ୍ଚନା ସଂପୃକ୍ତ ନେତାଙ୍କ ବିରୋଧରେ ଥାନାରେ ଦେଇଥିବା ଏତଲା ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କୁ ଦଳର ବଡ ପଦବୀ ଦିଆଯିବ ବୋଲି ପ୍ରତିଶ୍ତୁତି ଦିଆଯାଇ ଯୌନ ଶୋଷଣ କରାଯାଇଥିବା କୁହାଯାଇଛି। ତେବେ ଏ ନେଇ ସଂପୃକ୍ତ ନେତା ଏଯାବତ ନିରବ ରହିଛନ୍ତି।

ଏହାପରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ଏହି ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେଉ। ଏହି ରାକେଟ ପଛରେ ବିଜେଡି ନେତାଙ୍କ ସଂପୃକ୍ତି ରହିଛି ବୋଲି ସେ କହିଛନ୍ତି। ଶାସକ ଦଳ ଇସାରାରେ ପୋଲିସ କାମ କରୁଛି ବୋଲି ସେ କହିଛନ୍ତି। ତରବରିଆ ଭାବେ ଅର୍ଚ୍ଚନା ନାଗକୁ ପୋଲିସ ଗିରଫ କରିଛି। ଏହି ମାମଲାରେ କେଉଁ ନେତା ମନ୍ତ୍ରୀ ଓ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି ପୋଲିସ ପ୍ରଥମେ ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି। ଅନେକ ଲୋକଙ୍କ ଅଶ୍ଳୀଳ ଫିଲ୍ମ ରଖି ବ୍ଲାକମେଲ କରାଯାଇଛି। କାହାର ଛତ୍ରଛାୟା ତଳେ ଅର୍ଚ୍ଚନା ନାଗ ଏତେ ବଡ଼ କେଳେଙ୍କାରୀ କରୁଥିଲେ ? ପୋଲିସ ଓ ରାଜ୍ୟ ସରକାର ଏତେ କଥା ହେଉଥିଲା କେମିତି ଜାଣିପାରିଲାନି। ସବୁ ବଡ଼ ବଡ଼ ନେତା ମନ୍ତ୍ରୀ ଓ ବ୍ୟକ୍ତିତ୍ୱ ସାମ୍ନାକୁ ଆସିବା ଦରକାର ବୋଲି ସେ କହିଛନ୍ତି।

ସେପଟେ ରେମୁଣାର ବିଜେଡି ବିଧାୟକ, ପୂର୍ବତନ ବାଚସ୍ପତିଙ୍କ ସହିତ ଅର୍ଚ୍ଚନା ନାଗ ଓ ତାଙ୍କ ଫେରାର ସ୍ବାମୀ ଧନଞ୍ଜୟ ଚାନ୍ଦଙ୍କ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେଡି ମଧ୍ୟ ଅଡୁଆରେ ପଡିଛି। ଆଜି ବିଜେପି ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଦୁର୍ଭାଗ୍ୟର କଥା ଉତ୍ତର ଦେବା ଲୋକ ଆଜି ପ୍ରଶ୍ନ କରୁଛି। ସିବିଆଇ ତଦନ୍ତ କଥା କହି ଖସିଯିବାକୁ ପ୍ରୟାସ କରୁଛନ୍ତି। ପଶ୍ଚିମ ଓଡିଶାରେ ତାଙ୍କ ଦଳର ନେତାଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ବାବାଦରେ ସତ ସାହସ ଥିଲେ କୁହନ୍ତୁ। ମିଛ କଥା କହି ଲୋକଙ୍କ ସହିତ ଛଳନା କରୁଛନ୍ତି। ତଦନ୍ତକୁ ଅପେକ୍ଷା କରନ୍ତୁ।

ଉଲ୍ଲେଖଯୋଗ୍ୟ, ପ୍ରଯୋଜକ ଅକ୍ଷୟ ପରିଜାଙ୍କ କିଛି ନଗ୍ନ ଫଟୋ ଭାଇରାଲ ହେବା ପରେ ସେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଉ ଏହି ମାମଲାର ତଦନ୍ତ କରିବାକୁ ଯାଇ ଅର୍ଚ୍ଚନା ନାଗକୁ ପାର୍ବଣ ବେଳେ ରାତି ରାତି ସକ୍ରେଟ ମିଶନରେ କାମ କରିବା ଭଳି ପୋଲିସ ଉଠାଇ ଆଣି ଗିରଫ କରିଥିଲା। ଯାହାର ଟେର୍ ସଙ୍ଗେସଙ୍ଗେ ମିଳିନଥିଲା।

Leave A Reply

Your email address will not be published.