Latest Odisha News

ନୂଆବର୍ଷରୁ ମାଲକାନଗିରିରୁ ବିମାନସେବା ଆରମ୍ଭ!

ମାଲକାନଗିରି: ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି । ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା ପର୍ଯ୍ୟଟକମାନେ ଆନ୍ଧ୍ରର ଉପକୂଳବର୍ତ୍ତୀ ସହରରୁ ମାଲକାନଗିରି ପର୍ଯ୍ୟନ୍ତ ଆକାଶ ମାର୍ଗରେ ଉଡାଣ ଭରିପାରିବେ ବୋଲି ଆଶା ରଖାଯାଇଛି ।

ଏନେଇ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଯଦି ଯୋଜନା ଅନୁସାରେ ସବୁକିଛି ଚାଲେ ତେବେ ଏହି ସେବା ୨୦୨୫ ଜାନୁଆରୀ ମାସରୁ ହିଁ ଆରମ୍ଭ ହୋଇଯିବ । ଏଥିପାଇଁ ଇଣ୍ଡିଆ ଓ୍ବାନ ଏୟାରଲାଇନ୍ସ ମଧ୍ୟ ଶୀଘ୍ର ବିମାନ ଚଳାଚଳ ପାଇଁ କାର୍ଯ୍ୟ କରୁଛି । ତେବେ ମାଲକାନଗିରି ବିମାନବନ୍ଦର ବାଣିଜ୍ୟିକ ବିମାନ (ନିର୍ଦ୍ଧାରିତ ବିମାନ) ପାଇଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ବର୍ତ୍ତମାନ, ଇଣ୍ଡିଆ ୱାନ୍ ବିଶାଖାପାଟନମ୍ ଏବଂ ଜୟପୁର ମଧ୍ୟରେ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଉଛି ଯାହା ବ୍ୟବସାୟିକ କ୍ଷେତ୍ରରେ ଲାଭଦାୟକ ହେବ ।

ତେବେ କହିରଖୁଛୁ, ଚଳିତ ବର୍ଷ ଜାନୁଆରୀ ଆନୁଷ୍ଠାନିକ ଭାବେ ମାଲକାନଗିରି ବିମାନସେବା ଆରମ୍ଭ ହୋଇଥିଲେ ମଧ୍ୟ ଏଥିରେ ବର୍ତ୍ତମାନ ମନ୍ତ୍ରୀଙ୍କ ଯାଆାସ ପରି ଅଣନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି । କିମ୍ବା କୌଣସି ଜରୁରୀକାଳୀନ ସେବାରେ ବ୍ୟବହାର ହେଉଛି ମାଲକାନଗିରି ବିମାନବନ୍ଦର । ବର୍ତ୍ତମାନ ପର୍ଯ୍ୟନ୍ତ ନିୟମିତ ଭାବରେ ଯାତ୍ରୀଙ୍କୁ ସେବା ଯୋଗାଇଦେବା ଭଳି ଏକ ନିର୍ଦ୍ଧାରିତ ସମୟରେ ବିମାନସେବା ଆରମ୍ଭ ହୋଇନାହିଁ ।

Leave A Reply

Your email address will not be published.