Latest Odisha News

BREAKING NEWS

ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ

ମୁମ୍ବାଇ: ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଫିଲ୍ମ ଭୂତ ବଙ୍ଗଳା ଶୁଟିଂରେ ବ୍ୟସ୍ତ ଅଛନ୍ତି । ମେ ୧୫ରେ ଏହା ରିଲିଜ ହେବ ବୋଲି ସ୍ଥିର ହୋଇଛି । ରିପୋର୍ଟ ମୁତାବକ ଅନୀସଙ୍କ ଆଗାମୀ ଫିଲ୍ମରେ ଅକ୍ଷୟ ଓ ବିଦ୍ୟା ବାଲାନ ଅଭିନୟ କରିବାକୁ ଯାଉଛନ୍ତି । ପୂର୍ବରୁ ଅକ୍ଷୟଙ୍କ ସହ ଅନୀସ ୨୦୧୧ରେ ଥ୍ୟାଙ୍କ ୟୁ ଫିଲ୍ମରେ ଅଭିନୟ କରିଥିଲେ । ସେହିପରି ମିଶନ ମଙ୍ଗଳ ପରେ ଅକ୍ଷୟ ଓ ବିଦ୍ୟା ପୂର୍ନବାର ଏକତ୍ର ଅଭିନୟ କରିବେ । ଏହା ଏକ କମେଡୀ ଫିଲ୍ମ ହେବ ବୋଲି ଜଣାପଡିଛି । ଖୁବ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ସଂକ୍ରାତିକୀ ବସ୍ତୁନାମ ଫିଲ୍ମର ଏହା ରୀମେକ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ଅନୀସ ଖଣ୍ଡନ କରିଛନ୍ତି । ଅକ୍ଷୟ ଓ ବିଦ୍ୟାଙ୍କ ବ୍ୟତୀତ ଏଥିରେ ରାଶି ଖାନ୍ନା, ବିଜୟରାଜ, ଜାକୀର ହୁସେନ ଓ ସୟାଜୀ ଶିନ୍ଦେ ଅଭିନୟ କରିବେ । ଫିଲ୍ମର ଟାଇଟଲ ଘୋଷଣା କରାଯାଇ ନାହିଁ । ଶୁଟିଂ ଶୀଘ୍ର ସାରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି । ଟାଇଟଲ ଅନ୍ୟ କାର୍ଯ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.