Latest Odisha News

BREAKING NEWS

ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦିଆଯାଉଥିବା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେତେ ଶୀଘ୍ର ଟିକାକରଣ ଶେଷ କରାଯିବ । ସାମ୍ବାଦିକମାନଙ୍କୁ କୋଭିଡ଼ ଯୋଦ୍ଧାଭାବେ ପରିଗଣିତ କରାଯାଉଛି । ଯେଉଁମାନଙ୍କ ଦ୍ୱିତୀୟ ଡ଼ୋଜ୍ ନେବାର ୯ମାସ ହୋଇଯାଇଥିବ ସେମାନେ ପ୍ରିକସନ ଡ଼ୋଜ ନେଇପାରିବେ ।

ବର୍ତ୍ତମାନ ସୁଦ୍ଧା ମୋଟ୍ ୫ କୋଟି ୪୯ ଲକ୍ଷ ୮ହଜାର ୬୨୯ ଡ଼ୋଜ ଟିକା ଦିଆଯାଇଛି । ଏଥିରୁ ପ୍ରଥମ ଡ଼ୋଜ ୩କୋଟି ୧୪ ଲକ୍ଷ ୧ହଜାର ୧୪୧, ଉଭୟ ଡ଼ୋଜ ୨ କୋଟି ୩୨ ଲକ୍ଷ ୧୯ ହଜାର ୨୯୭ ଡ଼ୋଜ ଦିଆଯାଇଛି । ସେହିପରି ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ୧୧ ଲକ୍ଷ ୭୯ ହଜାର ୪୫୨ ଡ଼ୋଜ ଟିକା ବା ଲକ୍ଷ୍ୟର ୫୦ ପ୍ରତିଶତ ଏବଂ ୨ଲକ୍ଷ ୮୮ ହଜାର ୧୮୧ ପ୍ରିକସନ ଡ଼ୋଜ ଦିଆଯାଇଛି ।

Comments are closed, but trackbacks and pingbacks are open.