Latest Odisha News

ତଟରକ୍ଷୀ ବାହିନୀର ଡାଇରେକ୍ଟର ଅଫ ଜେନେରାଲ ରାକେଶ ପାଲଙ୍କ ହୃଦଘାତରେ ପରଲୋକ

ଚେନ୍ନାଇ: ଭାରତୀୟ ତଟରକ୍ଷୀ ବାହିନୀର ଡାଇରେକ୍ଟର ଅଫ ଜେନେରାଲ ରାକେଶ ପାଲଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ଏବଂ ଦେହ ଅସୁସ୍ଥ ହେବାରୁ ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ୨୦୨୩ ଜୁଲାଇରେ ରାକେଶ ପାଲ ଆଇସିଜିର ଡାଇରେକ୍ଟର ଅଫ ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ ।

ସେ ଭାରତୀୟ ନୌସେନା ଏକାଡେମୀର ଏହି ପୂର୍ବତନ ଛାତ୍ର ୧୯୮୯ରେ ତରଟକ୍ଷୀ ବାହିନୀରେ ଯୋଗ ଦେଇଥିଲେ । ୩୫ ବର୍ଷର କ୍ୟାରିୟରରେ ସେ ଫ୍ଲାଗ ଅଫିସର କମାଣ୍ଡର କୋଷ୍ଟଗାର୍ଡ ରିଜିୟନ, ପଲିସି ଆଣ୍ଡ ପ୍ଲାନର ଡେପୁଟି ଡାଇରେକ୍ଟର ଜେନେରାଲ ଏବଂ ତଟରକ୍ଷୀ ବାହିନୀ ମୂଖ୍ୟାଳୟରେ ଅତିରିକ୍ତ ମହାନିର୍ଦ୍ଦେଶକ କୋଷ୍ଟଗାର୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ କାର୍ଯ୍ୟ କରିଛନ୍ତି ।

Comments are closed.