Latest Odisha News

ନାରାୟଣପାଟଣାରେ ଡିପଥେରିଆ ଖବର ମିଳିଛି, କିନ୍ତୁ କୌଣସି ପ୍ରମାଣ ମିଳିନାହିଁ: ଜନସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ଡିପଥେରିଆ, ଜଣ୍ଡିସ ଓ ଡେଙ୍ଗୁ ସଂଖ୍ୟା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବଢୁଥିବା ସଂଖ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଜଣ୍ଡିସ ବର୍ତ୍ତମାନ ଇଞ୍ଚଚୁବାସନ ପିରିଅଡରେ ଅଛି। ଧିରେ ଧିରେ ଏହା ଆହୁରି ବଢିବ। ତା ପରେ ସ୍ଥିର ହୋଇଯିବ। ତେବେ ଯେମିତି ଏହା ଆଉ ନ ବ୍ୟାପେ, ସେ ନେଇ ସମ୍ପୂର୍ଣ୍ଣ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଶ୍ରୀ ମିଶ୍ର। ଟ୍ରାନ୍ସମିଶନ ସୋର୍ସ ବନ୍ଦ ପାଇଁ ବ୍ୟବସ୍ଥା କରାଯାଇଛି। ଜଣେ ସଂକ୍ରମିତ ଲୋକର ଖାଦ୍ୟ ଓ ପାଣି ବାଣ୍ଟି ବ୍ୟବହାର କଲେ ଏହା ବ୍ୟାପିବ। ବିଶୁଦ୍ଧ ପାଣି ଯୋଗାଣ ଓ ବାହାର ଖାଦ୍ୟ ଯେପରି ନ ଖାଆନ୍ତି, ସେ ଦିଗରେ ବ୍ୟବସ୍ଥା ହୋଇଛି ବ୍ୟବସ୍ତା ହେଇଛି ବୋଲି କହିଛନ୍ତି ଡାକ୍ତର ଶ୍ରୀ ମିଶ୍ର ।

ସେହିପରି ନାରାୟଣପାଟଣାରୁ ଡିପଥେରିଆ ଖବର ଆସିଛି। କିନ୍ତୁ ଏହା ଡିପଥେରିଆ କି ନାହିଁ ତାହା ଏ ଯାଏଁ ପ୍ରମାଣ ହୋଇନି। ଅନ୍ୟପଟେ ଡେଙ୍ଗୁ ନିୟନ୍ତ୍ରଣରେ ଅଛି। ପ୍ରତି ଦିନ ୨୦ ଜଣ ପାଖାପାଖି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୨୮୮ ଜଣ ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ବର୍ଷା ଦିନ କାରଣରୁ ମଶା ଅଧିକ ହେବେ। ତେଣୁ ସତର୍କ ରହିବାକୁ କହିଛନ୍ତି ଡାକ୍ତର ଶ୍ରୀ ମିଶ୍ର। ଏନେଇ ସବୁ ଜିଲ୍ଲାକୁ ନିର୍ଦେଶନାମା ଜାରି ହୋଇଛି। ତେବେ ଗତ ବର୍ଷ ତୁଳନାରେ ଏଠାର ପରୀକ୍ଷା ଅଧିକ ହୋଇଛି. ତେଣୁ ଦୁଇ ଗଣ ଅଧିକ ରୋଗୀ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

Leave A Reply

Your email address will not be published.