Latest Odisha News

ତୃତୀୟଥର ପାଇଁ ବିବାହ କଲେ ବଲିଉଡ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା !

ମୁମ୍ବାଇ: ବିବାହ କଲେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା ! ପ୍ରଥମଥର ନୁହେଁ ଆଜ୍ଞା ତୃତୀୟଥର ପାଇଁ ବିବାହ କରିଛନ୍ତି ରେମୋ । କିନ୍ତୁ କାହାଣୀରେ ରହିଛି ଏକ ଟ୍ଵିଷ୍ଟ। ରେମୋ ନିଜ ପତ୍ନୀଙ୍କୁହିଁ ତୃତୀୟ ଥର ପାଇଁ ବିବାହ କରିଛନ୍ତି ।

ଘଟଣାଟି ଏମିତି ଯେ ରେମୋ ଓ ତାଙ୍କ ପତ୍ନୀ ଲିଜେଲଙ୍କ ବିବାହକୁ ଅକ୍ଟୋବର ୫ତାରିଖରେ ପୁରିଛି ୨୦ ବର୍ଷ ।

ରେମୋ ବଲିଉଡରେ ଏଣ୍ଟ୍ରି କରିବାକୁ ଷ୍ଟ୍ରଗଲ କରୁଥିବା ସମୟରେ ତାଙ୍କ ହାତ ଧରିଥିଲେ ଲିଜେଲ । ପତ୍ନୀ ଲିଜେଲଙ୍କ ପ୍ରେରଣା ରେମୋଙ୍କୁ ଷ୍ଟ୍ରଗଲ ସମୟରେ ଶକ୍ତି ଯୋଗଉଥିବା ସେ କହନ୍ତି ।

ପତ୍ନୀଙ୍କ ଠାରୁ ପାଇଥିବା ଅହେତୁକ ଭଲପାଇବା ଓ ପରସ୍ପରର ମଧ୍ୟରେ ଥିବା ବୁଝାମଣା ଯୋଗୁଁ ସେମାନଙ୍କ ସମ୍ପର୍କ ୨୦ ବର୍ଷରେ ପାଦ ଦେଇଥିବା କହନ୍ତି ରେମୋ । ତେବେ ନିଜ ବିବାହର ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି ଦମ୍ପତ୍ତି ବିବାହ କରିଥିଲେ । ଆଉ ଏହାକୁ ମିଶାଇ ସେମାନେ ତୃତୀୟ ଥର ପାଇଁ ବିବାହ କରିଥିବା ସେ କହିଛନ୍ତି ।

ଏହି ବିବାହ ସମାରୋହରେ ଉଭୟ ପକ୍ଷଙ୍କ ଲୋକେ ସାମିଲ ଥିଲେ। ଏହାସହିତ ବଲିଉଡର ଅନେକ ଆଗଧାଡ଼ିର ଷ୍ଟାର ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ରେମୋଙ୍କର ଅପକିମିଙ୍ଗ ଫିଲ୍ମର ଅଭିନେତା ବରୁଣ ଧଓ୍ଵନ ଏବଂ ଶ୍ରଦ୍ଧା କପୁର ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ।

ବରୁଣ ଧଓ୍ଵନ ଏହି ବିବାହକୁ ନେଇ ଦେଇଥିବା ଏକ କମେଣ୍ଟ ପରେ ରେମୋ ଚର୍ଚ୍ଚାକୁ ଆସିଯାଇଥିଲେ। ବରୁଣ ରେମୋ ଓ ତାଙ୍କ ପତ୍ନୀଙ୍କ ସହ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଲୋକ ଥରେ ବିବାହ କରିପାରୁନାହାନ୍ତି ଆପଣ, ତିନିଥର କରିସାରିଲେଣି …

 

View this post on Instagram

 

Congratulations @remodsouza & @lizelleremodsouza ??. Log ek baar Nahi kartey aapney 3 times kar li. I guess 3 is lucky ?

A post shared by Varun Dhawan (@varundvn) on

ତେବେ ଏହି ଦିନକୁ ଆହୁରି ଅଧିକ ସ୍ମରଣୀୟ କରିବା ପାଇଁ ରେମୋ ଏବଂ ଲିଜେଲ ସମ୍ପୂର୍ଣ୍ଣ ଖ୍ରୀଷ୍ଟିୟାନ ପରମ୍ପରାରେ ବିବାହ କରିଛନ୍ତି

Leave A Reply

Your email address will not be published.