Latest Odisha News

BREAKING NEWS

ମହଙ୍ଗା ପଡିଲା ଦୁର୍ନୀତି, ବନବିଭାଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ବନ ବିଭାଗ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ରାଜ୍ୟ ସରକାର ଗୁରୁବାର ଦିନ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

୨୦୧୬ ମସିହାରେ ଆଠଗଡରେ ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଭାବେ ଶ୍ରୀ ମିଶ୍ର ନିଯୁକ୍ତ ହୋଇଥିଲେ ।

ଶ୍ରୀ ମିଶ୍ର ଓ ତାଙ୍କ ପରିବାର ବିରୋଧରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଥିଲା । ଏପରିକି ତାଙ୍କ ଠାରୁ ୫.୫ କୋଟିର ଟଙ୍କାର ସମ୍ପତ୍ତି ମିଳିଥିଲା । ଏହି ରେଡ୍ ବେଳେ ସରକାରୀ କର୍ମଚାରୀଙ୍କ ଘରୁ ନଗଦ ୧ କୋଟିରୁ ଅଧିକ ଟଙ୍କା, ଫିକ୍ସ ଡିପୋଜିଟ୍, ବ୍ୟାଙ୍କ ଖାତାରୁ ପ୍ରାୟ ୩.୪ କୋଟି ଟଙ୍କା ଥିବା ନେଇ ଜଣାପଡିଥିଲା ।

ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ଭାବେ ଦର୍ଶାଯିବ ସହ ଗିରଫ କରାଯାଇଥିଲା । ପରେ କାର୍ଯ୍ୟରୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

Leave A Reply

Your email address will not be published.