Latest Odisha News

BREAKING NEWS

ସ୍ୱତନ୍ତ୍ର ରାମ୍ପ୍ ଯୋଗେ ଜଗା ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ

ପୁରୀ: ଏଣିକି ସହଜ ହେବ ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଦିବ୍ୟାଙ୍ଗ ଭକ୍ତମାନେ ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୂର୍ବରୁ ଏନେଇ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ବୈଠକ କରିଥିବା ବେଳେ ଆଜି ନୀତି ସବକମିଟି ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ । ଉତ୍ତର ଦୁଆର ଦେଇ ଦିବ୍ୟାଙ୍ଗ ଭକ୍ତମାନେ ସ୍ୱତନ୍ତ୍ର ରାମ୍ପ ଯୋଗେ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ ।

ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗ ଦର୍ଶନ ସ୍ୱତନ୍ତ୍ର ଏସଓପି ଦ୍ୱାରା କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ରଖିଛି । ପ୍ରତିଦିନ ସ୍ୱତନ୍ତ୍ର ସମୟରେ ସ୍ୱତନ୍ତ୍ର ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯିବ । ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗ ମାନଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ । ପରିକ୍ରମା ପ୍ରକଳ୍ପରେ ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ କରାଯାଇଛି ।

Comments are closed.