Latest Odisha News

BREAKING NEWS

ନିରାଶ ଚୋରର ଚିଠି, ଘରେ ଟଙ୍କା ନରଖି ତାଲା କାହିଁକି ପକେଇଥଲ ?

ଭୁବନେଶ୍ୱର: ଆଜିକାଲିର ଚୋରଙ୍କର ବି ମାନ ସମ୍ମାନ ଅଛି । ଚୋରି ହେଉ ଅବା ନହେଉ, ସେମାନେ ବି ନିଜ ମନର କଥା ଜଣାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି । ଜଣେ ଚୋର ଓ ତା ଚିଠିକୁ ନେଇ ମଧ୍ୟପ୍ରଦେଶରେ ଘଟିଥିବା ଏକ ଘଟଣା ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ମଧ୍ୟପ୍ରଦେଶର ଦେୱାସ୍ ଜିଲ୍ଲାରେ ଜଣେ ଉଚ୍ଚ ପଦସ୍ତ ସରକାରୀ କର୍ମଚାରୀଙ୍କ ଘରେ ଚୋରି ହୋଇଥିଲା । କୋତ୍ୱାଲି ପୋଲିସ ରିପୋର୍ଟ ଅନୁଯାୟୀ ଖାତେଗାଓଁରେ ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ତ୍ରିଲୋଚନ ସିଂ ଗୌରଙ୍କ ଘରୁ ନଗଦ ୩୦ ହଜାର ଟଙ୍କା ଓ କିଛି ସୁନା ଗହଣା ଲୁଟ୍ ହୋଇଥିଲା । ଶନିବାର ରାତିରେ ଏସ୍ଡିଏମ୍ ମହୋଦୟ ଘରକୁ ଫେରି ଚୋରି ହୋଇଥିବା ଘଟଣା ଜାଣି ପୋଲିସକୁ ଖବର ଦେଇଥିଲେ ।

ପ୍ରାଥମିକ ତଦନ୍ତରେ ପୋଲିସକୁ ଏକ ଚିଠି ମିଳିଥିଲା । ଚିଠିରେ ଲେଖାହୋଇଥିଲା, “ଜବ୍ ପୈସେ ନହିଁ ଥେ ତୋ ଲକ୍ ନହିଁ କରନା ଥା କଲକ୍ଟର୍” । ସରକାରୀ ଲେଟର୍ ପ୍ୟାଡ୍ରେ ଖୋଦ ଚୋର ହିଁ ଚିଠି ଲେଖିଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳର ଲୋକଙ୍କୁ ଯେତିକି ଚକିତ କରିଛି, ତା’ଠୁ ଅଧିକ ଚୋରର ଚିଠିଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.