Latest Odisha News

BREAKING NEWS

ରାଜ୍ୟବାସୀଙ୍କ ଶୃଙ୍ଖଳା ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣର ଗତି ମନ୍ଥର: ଶାଳିନୀ ପଣ୍ଡିତ

ଭୁବନେଶ୍ୱର : ଲକ୍ ଡାଉନର ଲାଭ ଓଡିଶାକୁ ମିଳିଛି । କରୋନା ସଂକ୍ରମଣରେ ଓଡିଶାର ଗତି ମନ୍ଥର ହୋଇଛି । କିନ୍ତୁ ଭାରତରେ ଏହା ତୀବ୍ର ରୂପ ଧାରଣ କରିଛି । ରାଜ୍ୟବାସୀଙ୍କ ଶୃଙ୍ଖଳା ଯୋଗୁଁ ହିଁ ଏହି ସଂଖ।। ନିୟନ୍ତ୍ରଣରେ ଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ଆଇସିଏମ୍‌ଆ ଏକ ସର୍ଭେ କରି କହିଛନ୍ତି ଯେ, ଲକ୍ ଡାଉନ ନ ଥିଲେ ଜଣେ ପଜିଟିଭ ରୋଗୀ ୩୦ ଦିନ ଭିତରେ ୪୦୬ ଜଣଙ୍କୁ ରୋଗ ସଂକ୍ରମଣ କରିପାରିବ । ଯଦି ଲକ୍‌ଡାଉନ ଚାଲିଥିବ ତେବେ ସେହି ପଜିଟିଭ ରୋଗୀ ୩୦ ଦିନ ଭିତରେ ମାତ୍ର ଦୁଇ ଜଣଙ୍କୁ ସଂକ୍ରମିତ କରିବ । ତେବେ ସେହି ଦୁଇ ଜଣଙ୍କୁ ଧରି ପରୀକ୍ଷା କରିବା ଜରୁରୀ । ଥଣ୍ଡା, କାଶର ସଙ୍କେତ ଥାଉ କିମ୍ବା ନ ଥାଉ ପରୀକ୍ଷା କଲେ ସବୁ ସ୍ପଷ୍ଟ ହୋଇଯିବ । ଏପରି ଭାବେ କରୋନାକୁ ମୂଳରୁ ହଟାଇହେବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।

Leave A Reply

Your email address will not be published.