Latest Odisha News

BREAKING NEWS

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋଭିଡ୧୯ ନମୁନା ପରୀକ୍ଷା, ସମସ୍ତ ୧୧୯୭ ନେଗେଟିଭ୍‌

ଭୁବନେଶ୍ୱର : ବୁଧବାର ରାଜ୍ୟରେ ପରୀକ୍ଷା କରାଯାଇଥିବା ସମସ୍ତ ୧୧୯୭ କୋଭିଡ୧୯ ସ୍ୱାବ ନମୁନା ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗୋଟିଏ ଦିନରେ ଏହି ନମୁନା ପରୀକ୍ଷଣ ସଂଖ୍ୟା ଏ ଯାଏଁ ସର୍ବାଧିକ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

କୌଣସି ନୂଆ ପଜିଟିଭ ଘଟଣା ସାମ୍ନାକୁ ଆସି ନଥିବା ବେଳେ ପୂର୍ବରୁ ସୁନ୍ଦରଗଡ ବିଶ୍ରାରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । ଖୁବ୍ ଶୀଘ୍ର ସେ ଡିସଚାର୍ଜ ହୋଇ ଘରକୁ ଫେରି ପାରିବେ ବୋଲି ଜଣାପଡିଛି ।

ଏଥି ସହିତ ଓଡିଶାରେ ଏ ଯାଏଁ ଚିହ୍ନଟ ହୋଇଥିବା ସମସ୍ତ ୬୦ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୧୯ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.