Latest Odisha News

BREAKING NEWS

ବିନୋଦ କୁମାର ଅଯୋଗ୍ୟ ଘୋଷିତ,ବ୍ରୋଞ୍ଜ ପଦକ ମିଳିବନି

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । ଡିସକସ ଥ୍ରୋରେ ପଦକ ଜିତିଥିବା ବିନୋଦ କୁମାର ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଟେକ୍ନିକାଲ କମିଟିର ନିଷ୍ପତି ପରେ ତାଙ୍କୁ ଏବେ ଆଉ ଏହି ପଦକ ମିଳିବନି । ଏଫ-୫୨ କ୍ଲାସ ପାଇଁ ସେ ଫିଟ ନୁହନ୍ତି ବୋଲି ଅଭିଯୋଗ ଆସିଥିଲା । ବିନୋଦ ୧୯.୯୧ ମିଟର ଥ୍ରୋ କରି ପଦକ ହାସଲ କରିଥିଲେ । ସୀମା ସୁରକ୍ଷା ବାହିନୀରେ ଯୋଗ ଦେବା ପରେ ସେ ଲେହର ଏକ ଶିଖରରୁ ପଡି ଯାଇଥିଲେ ।

ପ୍ରାୟ ଏକ ଦଶନ୍ଧି ଧରି ଶଯ୍ୟାଶାୟୀ ହେବା ପରେ ୨୦୧୨ରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା । ଏହା ପରେ ସାଇରେ କ୍ରୀଡା ଅଭ୍ୟାସ କରିଥିଲେ । କେଉଁ ପ୍ରତିଦ୍ୱନ୍ଦ୍ୱୀ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ତାହା ସ୍ପଷ୍ଟ ହୋଇନି । ସୂଚନାଯୋଗ୍ୟ, ଏଫ୫୨ରେ ମାଂସପେଶୀ କ୍ଷମତା ଦୁର୍ବଳ ଥିବ, ହାତରେ ବିକଳଙ୍ଗତା ଓ ଗୋଡର ଲମ୍ବାରେ ତଫାତ ଥିବା ଆଥଲେଟ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.