Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ ଆଉ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୧୦ଟି ରୂପାନ୍ତର ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଉଦଘାଟନ କରିଛନ୍ତି । ରୁପାନ୍ତର ସ୍କୁଲରେ ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ନିର୍ମାଣ ହୋଇଛି । ଯେଉଁଥିରେ ଛାତ୍ର ଛାତ୍ରୀମାନେ ଅନଲାଇନରେ ପାଠ ପଢିବାର ସୁଯୋଗ ପାଇବେ ।

ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତର ଉଦଘାଟନ ଆରମ୍ଭ ହୋଇଥିଲା । 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତର ସଂପୂର୍ଣ୍ଣ ହୋଇଛି । ପୂର୍ବରୁ ୪ଟି ପର୍ଯ୍ୟାୟରେ ୪୦ଟି ସ୍କୁଲକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଓ ଶେରଗଡ଼ରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ । ଓଡ଼ିଶାର ସବୁ ସ୍କୁଲର ହେବ ରୂପାନ୍ତର । ପ୍ରଥମ ପର୍ଯ୍ୟାୟରେ ସାରା ଓଡ଼ିଶାରେ ୧୦୭୦ ହାଇସ୍କୁଲର ରୂପାନ୍ତର କାମ 5T ଅଧୀନରେ ହାତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସବୁ ସ୍କୁଲର ରୂପାନ୍ତର ନଭେମ୍ବର ୧୪ ସୁଦ୍ଧା ଶେଷ ହେବ । ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିଲେ ।

Leave A Reply

Your email address will not be published.