Latest Odisha News

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶାର ଲୋକସଂସ୍କୃତି ଉପରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଦିବସରେ ଆଜି ଆୟୋଜିତ ଓଡ଼ିଶାର ଲୋକସଂସ୍କୃତି ସମ୍ପର୍କିତ ଆଲୋଚନା ସଭାରେ ବିଶିଷ୍ଟ ଲୋକସାହିତ୍ୟବିତ୍ ଓ ଭାଷାବିତ୍ ତଥା ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପୂର୍ବତନ ଅଧକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର ଲୋକସଂସ୍କୃତି ସମ୍ପର୍କିତ ଆଲୋଚନା ସଭାରେ ସିଦ୍ଧ ଲୋକ ସାହିତ୍ୟ ଗବେଷକ ଓ ଶିକ୍ଷାବିତ ତଥା ୟୁନେସ୍କୋ ଭାଷା ପୁରସ୍କାର ବିଜେତା ମହେନ୍ଦ୍ର କୁମାର ମିଶ୍ର, ବିଶ୍ୱ ଭାରତୀ (ଶାନ୍ତିନିକେତନ)ର ଓଡ଼ିଆ ବିଭାଗର ପୂର୍ବତନ ମୁଖ୍ୟ କଇଳାଶ ପଟ୍ଟନାୟକ, ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଗୌରାଙ୍ଗ ଚରଣ ଦାଶ ପ୍ରମୁଖ ଆଲୋଚକ ଭାବରେ ଯୋଗ ଦେଇଥିଲେ ।

ଲୋକସଂସ୍କୃତି ଆମ ଜନଜୀବନକୁ ପ୍ରଭାବିତ କରି ଆସିଛି । ଲୋକସାହିତ୍ୟରେ ଲୋକ ସଂସ୍କୃତି ପ୍ରତିଫଳିତ ହୋଇଥାଏ । ଆମ ଲୋକ ସାହିତ୍ୟ ଲିତ ସାହିତ୍ୟକୁ ମଧ ପ୍ରେରଣା ଯୋଗାଇ ଆସୁଛି ବୋଲି ଅତିଥି ଆଲୋଚକମାନେ ଆଲୋଚନା କରିଛନ୍ତି । ଏହା ସହ ଏହି ସଭାରେ ବକ୍ତାମାନେ ଓଡ଼ିଆ ଲୋକ ସାହିତ୍ୟର ସ୍ୱରୂପ, ଉଦ୍ଭବ, ବିକାଶ ଓ ବିଭିନ୍ନ ବିଭାଗ ବିଷୟରେ ଆଲୋଚନା କରିଥିଲେ ।

ଓଡ଼ିଆ ସାହିତ୍ୟ ପ୍ରାଚୀନ ଓ ମଧ୍ଯ ଯୁଗର ବିଷୟ ଏବଂ ଭାଷା, ଲୋକ ମୌଖିକ ପରମ୍ପରା ଏବଂଗତ ଦଶଶହ ବର୍ଷର ଓଡ଼ିଆ ଲୋକ ସାହିତ୍ୟ ଏ ଭୂମିର ଲୋକଙ୍କ ସାମୁହିକ ସୃଜନରେ ପ୍ରତିଫଳିତ । ଓଡ଼ିଆ ଲୋକଗୀତ ଓ କାହାଣୀ ଓଡିଆ ଭାଷା, ସୃଜନ ଓ ଜ୍ଞାନର ଆଦାନ ପ୍ରଦାନର ମାଧ୍ଯମ । ଲୋକ ସାହିତ୍ୟ ଓ ସଂସ୍କୃତି ଚାରିକୋଟି ଲୋକଙ୍କ ହୃଦୟର ଭାବ, ଭାଷା ଓ ଜ୍ଞାନର ଗନ୍ତାଘର ଏବଂ ଏଥିରୁ ଓ଼ଡିଆ କବି ଓ ଲେଖକମାନେ ସୂତ୍ର ଆହରଣ କରି ନିଜ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି ଯାହା ଏହା ସାହିତ୍ୟର ମୂଳଦୁଆକୁ ସଶକ୍ତ କରାଏ । ଲୋକ ମାନ୍ୟତାରେ ଆସିଲେ ଲୋକଗୀତର ସୃଷ୍ଟି ହୁଏ, କିନ୍ତୁ ଉଦ୍ୟମ ହିଁ ଲୋକ ସାହିତ୍ୟର ନୂତନତମ ରୂପ ଦେବାରେ ସହାୟକ ହୋଇଥାଏ । ଲୋକ ସଂସ୍କୃତି ଓ ଲୋକ ସାହିତ୍ୟ ମୌକ ସାହିତ୍ୟକୁ ଉଜ୍ଜୀବତ କରି ରଖୁଛି । ଲୋକନୃତ୍ୟ, ବିଭିନ୍ନ ପର୍ବପର୍ବାଣି, ଢଗଢମାଳି ଆମ ସାହିତ୍ୟକୁ ସମୃଦ୍ଧ କରିବାରେ ସାହାଯ୍ୟକାରୀ ଉପାଦାନ । ସଂସ୍କୃତି ଓ ସମାଜକୁ ନେଇ ଲୋକ ସାହିତ୍ୟ ଗଠିତ, ଏହା ବ୍ୟାପ୍ତ ଏବଂ ସଂଚାରଶୀଳ ବୋଲି ଅତିଥି ମାନେ ଆଲୋଚନା କରିଥିଲେ ।

ଜ୍ୟୋତିପ୍ରଭା ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସତ୍ୟବାଦୀସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ କୁମାୟୀ ଅନନ୍ୟା ରଥ ବକ୍ତବ୍ୟ ରଖିଥିଲେ ।

 

 

 

Comments are closed.