Latest Odisha News

BREAKING NEWS

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା ଓ ନାରୀ ସଶକ୍ତିକରଣ ଶୀର୍ଷକ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଭାଷା ସମ୍ମିଳନୀ ଅବସରର ଦ୍ୱିତୀୟ ଦିବସରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଔପନାସିକା ପ୍ରତିଭା ରାୟଙ୍କ ଅଧ୍ଯକ୍ଷତାରେ ଓଡ଼ିଆ ଭାଷା ଓ ନାରୀ ସଶକ୍ତିକରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ତଥା ବିଶିଷ୍ଟ ବୈଜ୍ଞାନିକ ପ୍ରିୟମ୍ବଦା ମହାନ୍ତି ହେଜମାଦି, ମୋ ସ୍କୁଲ ଅଭିଯାନର ମୁଖ୍ୟ ସୁସ୍ମିତା ବାଗ୍‌ଚୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପିକା ସଂଘମିତ୍ରା ମିଶ୍ର, ବିଶିଷ୍ଟ ଗାଳ୍ପିକା ଯଶୋଧାରା ମିଶ୍ର ଏବଂ ବିଶିଷ୍ଟ ଗାଳ୍ପିକା ପାରମିତା ଶତପଥୀ ପ୍ରମୁଖ ଭାଗ ନେଇଥିଲେ ।

ନାରୀ ହେଉଛି ସମାଜର ଧ୍ଵଜା। ନାରୀବାଦ ସମାଜର ପ୍ରତିବାଦ କରେ। ନାରୀଭାବ, ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିରଖେ । ଆମ ସମାଜ ଏବଂ ସାହିତ୍ୟରେ ନାରୀର ଅବଦାନ ରହିଛି, ଯାହା ସେମାନଙ୍କର ତ୍ୟାଗ, ତପସ୍ୟା ବଳରେ ସାହିତ୍ୟ ସୃଷ୍ଟି ହୋଇଛି । ସାହିତ୍ୟ ଓ ସତ୍ୟ ଏକ ଓ ଅଭିନ୍ନ । ଆଜିର ନାରୀ କବିତା, ସାହିତ୍ୟ, ବିଜ୍ଞାନ, କୃଷି, ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରି ଆସୁଛନ୍ତି ବୋଲି ଆଲୋଚକମାନେ ମତ ବ୍ୟକ୍ତ କରିଥିଲେ ।

ଏହି ଅଧିବେଶନକୁ ହିମାଦ୍ରୀ ତନୟା ମିଶ୍ର ସଂଯୋଜନା କରିଥିବା ବେଳେ ଛାତ୍ରବକ୍ତା ଭାବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଣ୍ଟପୁରର ଚୌଧୁରୀ ଅଙ୍କିତା ମିଶ୍ର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଜ୍ଞାନ କାରିଗରି ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ଏବଂ କ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.