ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ। କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ଏଯାବତ୍ ୭୯ ଜୀବନ ଯାଇଥିବା ସୂଚନା ମିଳିଛି ।
ତେବେ କାହିଁକି ହଠାତ୍ ଏହି ମହାମାରୀ ମୁଣ୍ଡ ଟେକିଛି ସେନେଇ କିଛି ସ୍ପଷ୍ଟ କାରଣ ଆସିନଥିବା ବେଳେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ରୋଗ ମୂଳ କାରଣ ଜାଣିବା ପାଇଁ ଗବେଷଣା ଜାରି ରଖିଛନ୍ତି । ତେବେ ଚିନ୍ତା ଜନକ ବିଷୟ ହେଉଛି ୫ ବର୍ଷରୁ କମ୍ ବୟସର ଶିଶୁ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ରିପୋର୍ଟ କହୁଛି। ଆସନ୍ତାକାଲି ସୁଦ୍ଧା ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୩୬୭ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୨୦୦ ଜଣ ୫ ବର୍ଷରୁ କମ୍ ବୟସର ଶିଶୁ ରହିଛନ୍ତି ।
ସୂଚନା ଅନୁସାରେ, ପ୍ରଥମ ରୋଗୀ ଅକ୍ଟୋବର ୨୪ ତାରିଖରେ କଙ୍ଗୋ ପ୍ରଦେଶର ପାଞ୍ଜି ହେଲ୍ପ ଜୋନରେ ଚିହ୍ନଟ ହୋଇଥିଲେ । ଏନେଇ ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ନିର୍ଦ୍ଦେଶକ ଜିନ୍ କାସେୟାଙ୍କର କହିବା ଅନୁସାରେ, କାହିଁକି ଏଭଳି ଭୟଙ୍କର ସ୍ଥିତି ଉପୁଜିଛି ସେନେଇ ଟିମ ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ଏଥିପାଇଁ ୫ ରୁ ୬ ମାସ ସମୟ ଲାଗିପାରେ । ଏହାର କାରଣ ଜଣାନପଡିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବା ଜରୁରୀ ଅଟେ । କିନ୍ତୁ ଏହା ଏକ ବାୟୁବାହିତ ରୋଗ ବୋଲି ଆଶଙ୍କା କରାଯାଉଛି । କୋଭିଡ-୧୯ ମହାମାରୀ ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏହା ଲୋକଙ୍କ ଚିନ୍ତାକୁ ଦୁଇଗୁଣିତ କରିଛି ।
Comments are closed.