Latest Odisha News

BREAKING NEWS

ଦିଶାଙ୍କ ସହ ‘କଭି ଇଦ୍ କହି ଦିୱାଲୀ’ରେ ଆସୁଛନ୍ତି ଭାଇଜାନ୍ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମର ନାମ ୧୦ ତାରିଖରେ ଘୋଷଣା କରିଛନ୍ତି । ଟୁଇଟରରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଫିଲ୍ମର ନାମ ରହିଛି କଭି ଇଦ୍ କଭି ଦିୱାଲୀ ।

ଫିଲ୍ମକୁ ଇଦ୍ ୨୦୨୧ରେ ରିଲିଜ କରାଯିବା ନେଇ ସମସ୍ତ ପ୍ରକାର ଯୋଜନା କରାଯାଇଛି । ସାଜିଦ ନାଦଆୱାଡ ଏବଂ ସଲମାନଙ୍କ ପ୍ରଡକସନ କମ୍ପାନୀ ମିଳିତ ଭାବେ ଏହି ଫିଲ୍ମର ପ୍ରଯୋଜକ ଅଛନ୍ତି ।

ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଫରହାଦ ସାମିଜଙ୍କ ଉପରେ ନ୍ୟସ୍ତ ରହିଛି । ସେ ଏହା ପୂର୍ବରୁ ହାଉସଫୁଲ-୪ରେ ନିର୍ଦ୍ଦେଶନା ଦେଇଥିଲେ । ଇଦରେ ସଲମାନଙ୍କ ଫିଲ୍ମ ଭଲ ବ୍ୟବସାୟ କରିଥାଏ ।

ଚଳିତ ବର୍ଷ ଇଦରେ ରାଧେ ଫିଲ୍ମ ରିଲିଜ ହେବ । ଏଥିରେ ସଲମାନଙ୍କ ବ୍ୟତୀତ ଦିଶା ପଟାନୀ, ଜ୍ୟାକି ଶ୍ରଫ, ରଣଦୀପ ହୁଦା ଅଭିନୟ କରୁଛନ୍ତି ।

Leave A Reply

Your email address will not be published.