Latest Odisha News

BREAKING NEWS

ପୂର୍ବତନ ବିଧାୟକ ତଥା ଓଡ଼ିଶା ଗୃହନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତା କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ଦିନ ୭୮ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ବାଲିପାଟଣା ଗ୍ରାମର ସ୍ୱର୍ଗତ ଜଗନ୍ନାଥ ମିଶ୍ରଙ୍କ ପତ୍ନୀ କାଞ୍ଚନବାଳା ଗାଧୁଆଘରେ ପଡ଼ିଯିବା ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଗୁରୁବାର ଅପରାହ୍ନ ୩ଟା ୧୫ରେ ସେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳେ ତାଙ୍କର ବଡ଼ପୁଅ ଦେବଦର୍ଶୀ ମିଶ୍ର, ମଝିଆଁ ପୁଅ ପ୍ରିୟଦର୍ଶୀ ମିଶ୍ର ଓ ସାନପୁଅ ବିଶ୍ୱଦର୍ଶୀ ମିଶ୍ର ଏବଂ ତିନି ଝିଅଙ୍କ ସମେତ ପ୍ରିୟଦର୍ଶୀଙ୍କ ପତ୍ନୀ ରୋଜାଲୀନ ପାଟ୍ଟଶାଣୀ ମିଶ୍ର ଉପସ୍ଥିତ ଥିଲେ ।

ସ୍ୱର୍ଗତ ଜଗନ୍ନାଥ ମିଶ୍ର ବାଲିପାଟଣା ଅଞ୍ଚଳର ଚଣାହାଟ ହାଇସ୍କୁଲ୍ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ ୨ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା । ଦେବଦର୍ଶୀ ଜଣେ ବରିଷ୍ଠ ପ୍ରଫେସର ଭାବରେ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଅଛନ୍ତି । ସ୍ୱର୍ଗତା ମିଶ୍ର ଜଣେ ପରୋପକାରୀ, ଧର୍ମପରାୟଣା ଓ ସମାଜସେବୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିବାରୁ ତାଙ୍କ ମୃତ୍ୟୁରେ ବାଲିପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଡାକ୍ତରଖାନାରୁ ତାଙ୍କ ମରଶରୀରକୁ ବାଲିପାଟଣାସ୍ଥିତ ତାଙ୍କ ଗ୍ରାମକୁ ଶେଷ ଦର୍ଶନ ଲାଗି ନିଆଯାଇଥିଲା । ସେଠାରେ ଗ୍ରାମବାସୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ । ଗୁରୁବାର ରାତିରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶବ ସଂସ୍କାର କରାଯାଇଛି ।

Leave A Reply

Your email address will not be published.