Latest Odisha News

BREAKING NEWS

ଦିଶା ପଚାରିଲେ ‘ରଷୋଡେ ମେଁ କୌନ ଥା’, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ସର୍ବଦା ନିଜର ବୋଲ୍ଡ ଲୁକ୍ ଏବଂ ଗ୍ଲାମରସ ଫଟୋ ଓ ଭିଡିଓ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏବେ ମଲଙ୍ଗ ଗାର୍ଲ ଦିଶା ପଟାନିଙ୍କ ଫନି ଅନ୍ଦାଜ ସାମ୍ନାକୁ ଆସିଛି । ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ପୋଷା କୁକୁର ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

#rasodemaikauntha ?

A post shared by disha patani (paatni) (@dishapatani) on

ଏହି ଭିଡିଓରେ ଦିଶା ପଟାନି ନିକଟରେ ଟ୍ରେଣ୍ଡିଂରେ ରହିଥିବା ‘ରଷୋଡେ ମେଁ କୌନ ଥା’ର ର‌୍ୟାପ ଭିିଡିଓରେ ଫେସିଆଲ ଏକ୍ସପ୍ରେସନ ଦେଉଥିବା ନଜର ଆସିଛନ୍ତି । ଦିଶାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଛନ୍ତି ।

ଏହି ଭିଡିଓଟିକୁ ୧୨ ଲକ୍ଷରୁ ବି ଅଧିକ ଲୋକ ଦେଖି ସାରିଲେଣି । କେବଳ ସେତିକି ନୁହେଁ ଅନେକ ଲାଇକ ଆଉ କମେଂଟ ମଧ୍ୟ ମିଳିଛି ।
ନିକଟରେ ଦିଶା ପଟାନି ଫିଲ୍ମ ‘ମଲଙ୍ଗ’ରେ ନଜର ଆସିଥିଲେ । ତାଙ୍କ ଅପଜିଟରେ ଆଦିତ୍ୟ ରାୟ କପୁର ଥିଲେ । ଫିଲ୍ମଟି ବକ୍ସ ଅଫିସ୍‌ରେ ବେଶ୍ ସଫଳ ମଧ୍ୟ ହୋଇଥିଲା । ଖୁବ୍‌ଶୀଘ୍ର ସେ ମୋହିତ ଶୁରିଙ୍କ ଫିଲ୍ମ ‘ଏକ ଭିଲେନ୍‌-୨’ରେ ନଜର ଆସିବେ ।

Leave A Reply

Your email address will not be published.