Latest Odisha News

BREAKING NEWS

କେଭିନ୍ ସ୍ପେସିଙ୍କ ସୁପରନେଚୁରାଲ୍ ଆକ୍ସନ୍-ଥ୍ରିଲର୍ ହଲିଉଡ ଫିଲ୍ମରେ ଡେବ୍ୟୁ କରିବେ ଦିଶା ପଟାନୀ

ମୁମ୍ବାଇ: ହଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ ଦିଶା ପଟାନୀ। ସେ ‘ହଲିଗାର୍ଡସ୍’ ନାମକ ଏକ ହଲିଉଡ୍ ସିନେମାରେ ନଜର ଆସିବେ। ଏହା ଏକ ଅଲୌକିକ ବା ସୁପର ନେଚୁରାଲ ଆକ୍ସନ-ଥ୍ରୀଲର ଫିଲ୍ମ। ଏହି ଫିଲ୍ମଟି ଓସ୍କାର ବିଜେତା କେଭିନ୍ ସ୍ପେସିଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମ ମାଧ୍ୟମରେ, ସ୍ପେସି ୨୦ ବର୍ଷ ପରେ ନିର୍ଦ୍ଦେଶନାକୁ ଫେରିଛନ୍ତି।

ଦିଶାଙ୍କ ପ୍ରଥମ ହଲିଉଡ୍ ଫିଲ୍ମ ‘ହଲିଗାର୍ଡସ୍’। ଦିଶାଙ୍କ ବ୍ୟତୀତ, ଏହି ଫିଲ୍ମରେ ଡଲ୍ଫ ଲୁଣ୍ଡଗ୍ରେନ୍, ଟାୟରେସ୍ ଗିବସନ୍ ଏବଂ ବ୍ରାଏନା ହିଲଡେବ୍ରାଣ୍ଡ ଭଳି ଷ୍ଟାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ମେକ୍ସିକୋରେ ସୁଟିଂ ହୋଇଥିବା ‘ହଲିଗାର୍ଡସ୍’ ହେଉଛି ‘ଷ୍ଟାଟିଗାର୍ଡସ୍ ବନାମ ହୋଲିଗାର୍ଡସ୍’ ନାମକ ଏକ ଯୋଜନାବଦ୍ଧ ଫ୍ରାଞ୍ଚାଇଜର ଅଂଶ।

“ଦିଶା ଏହି ବର୍ଷ ଜାନୁଆରୀରେ ମେକ୍ସିକୋର ଡୁରାଙ୍ଗୋରେ ଟାଇରେସ୍ ଗିବସନ୍ ଏବଂ ହ୍ୟାରି ଗୁଡୱିନ୍ସଙ୍କ ସହିତ ଶୋ’ର ପାଇଲଟ୍ ପାଇଁ ସୁଟିଂ କରିବାକୁ ଯାଇଥିଲେ, ଏବଂ ସେହି ଦୃଶ୍ୟଗୁଡ଼ିକର ଫୁଟେଜ୍ ଖୁବ ଆକର୍ଷଣୀୟ ଏବଂ ଚମତ୍କାର ଦେଖାଯାଉଛି। ପୂର୍ବରୁ, ଦିଶା ଏକ ଇଣ୍ଡୋ-ଚାଇନିଜ୍ ଫିଲ୍ମ ‘କୁଙ୍ଗ ଫୁ ଯୋଗ’ରେ ଜ୍ୟାକି ଚାନଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିଥିଲେ।

ଏହି ଫିଲ୍ମଟି ରୋମାଞ୍ଚକର ଅଲୌକିକ ଆକ୍ସନରେ ପରିପୂର୍ଣ୍ଣ ଏବଂ ପୋଷ୍ଟ-ପ୍ରଡକ୍ସନ ସମୟରେ ମଧ୍ୟ ଏହା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। ନିକଟରେ ଦିଶାଙ୍କ ଏକ ପରଦା ପଛର ଫଟୋ ଭାଇରାଲ ହୋଇଥିଲା, ଯାହା ତାଙ୍କ ପ୍ରଶଂସକମାନଙ୍କୁ ବହୁତ ଉତ୍ସାହିତ କରିଥିଲା। ଏହି ଫିଲ୍ମଟି ଦିଶାଙ୍କ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ଆଣିଛି କାରଣ ସେ ତାଙ୍କର ପ୍ରଥମ ହଲିଉଡ୍ ପ୍ରୋଜେକ୍ଟ ସହିତ ବିଶ୍ୱ ସ୍ତରରେ ପାଦ ଦେଉଛନ୍ତି।

ହଲିଉଡରେ ଡେବ୍ୟୁ କରିବା ବ୍ୟତୀତ, ଦିଶା ‘ୱେଲକମ୍ ଟୁ ଦି ଜଙ୍ଗଲ’ ପାଇଁ ମଧ୍ୟ ପ୍ରସ୍ତୁତି କରୁଛନ୍ତି, ଯାହା ଲୋକପ୍ରିୟ ‘ୱେଲକମ୍’ ସିରିଜର ତୃତୀୟ ଫିଲ୍ମ ଏବଂ ଏହା ୨୦୨୫ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ସୂଚନା ଥାଉକି, ଦିଶା ୨୦୧୫ ତେଲୁଗୁ ଫିଲ୍ମ ‘ଲୋଫର୍’ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ।

Comments are closed.