ମୁମ୍ବାଇ: ଦିଶା ସାଲିଆନ ମୃତ୍ୟୁ ମାମଲାରେ ଆଜି ସିବିଆଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରୀ କରାଯାଇଛି । ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣାଜନିତ । ମଦ୍ୟପାନ ଯୋଗୁ ନିଶାଗ୍ରସ୍ତ ଅବସ୍ଥାରେ ସେ ଭାରସମ୍ୟ ହରାଇ ୧୨ତମ ମହଲାରୁ ଖସି ପଡିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ସିବିଆଇ କହିଛି । ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଥିଲେ ଦିଶା । ତାଙ୍କ ମୃତ୍ୟୁର ୫ ଦିନ ପରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା । ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁକୁ ନେଇ ବିଜେପି ନେତା ନୀତିଶ ରାଣେ ଲିଙ୍କ ଥିବା ଚାଂଚଲ୍ୟକର ବୟାନ ଦେବା ପରେ ଏହା ବିବାଦୀୟ ହୋଇ ପଡିଥିଲା ।
ପରେ ଏହାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା । ସିବିଆଇ ଏବେ ବି ସୁଶାନ୍ତଙ୍କ କେସର ଆତ୍ମହତ୍ୟା ଆଙ୍ଗଲରେ ତଦନ୍ତ କରୁଛି । ଦିଶାଙ୍କ କେସକୁ ସିବିଆଇ ପୃଥକ ଭାବେ ତଦନ୍ତ କରି ନ ଥିଲା । ସୁଶାନ୍ତଙ୍କ ମୃତ୍ୟୁ ସହ ଏହାର ଲିଙ୍ଗ ଅଛି କି ନାହିଁ ତାର ତଦନ୍ତ କରୁଥିଲା । ପୂର୍ବରୁ ପୋଲିସ ମଧ୍ୟ ଦିଶାଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁ ହୋଇଥିବା ଉଲ୍ଲେଖ କରି ମାମଲା ବନ୍ଦ କରି ଦେଇଥିଲା ।
Comments are closed.