Latest Odisha News

BREAKING NEWS

ପୁଅର ନାଁ ‘ରାମ’ ରଖି ପାରିବେ ନାହିଁ ସୈଫ୍ ଅଲି ଖାନ ! ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଧା’ ଶୁକ୍ରବାର ଅର୍ଥାତ୍ ଆଜି ପ୍ରେକ୍ଷଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। କିନ୍ତୁ ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ସୈଫଙ୍କ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ତାଙ୍କ ପୁଅର ନାମ ସମ୍ପର୍କରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସନ୍ତାନଙ୍କ ନାମ ଇବ୍ରାହିମ, ତୈମୁର ଏବଂ ଜାହାଙ୍ଗୀର ରଖିଥିବା ନେଇ ସମଲୋଚନା ଘେରକୁ ଆସିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ‘ବିକ୍ରମ ବେଧା’କୁ ବୟକଟ କରିବାକୁ ଦାବି କରୁଛନ୍ତି।

ସୂଚନା ଥାଉକି ଏହି ଭିଡିଓଟି ପୁରୁଣା। ଯେଉଁଥିରେ ସୈଫ ଅଲି ଖାନ ଏବଂ କରୀନା କପୁର ଖାନ ଏକାଠି ନଜର ଆସିଛନ୍ତି। ଏହି ଭିଡିଓରେ ସେ ତାଙ୍କ ପୁଅର ନାମ ‘ରାମ’ କହିପାରିବେ ନାହିଁ ବୋଲି କୁହାଯାଉଛି। ଏଥିସହିତ କରୀନା କପୁର ଖାନ ତାଙ୍କ ପୁଅ ତୈମୁରଙ୍କ ନାମ ନେଇ ମୋଗଲ ଶାସକମାନଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକଙ୍କ କ୍ରୋଧ ବଢିଯାଇଛି। ଏହି ଭିଡିଓରେ ସୈଫ ଅଲି ଖାନ କହୁଛନ୍ତି ଯେ, ‘ମୁଁ ମୋ ପୁଅର ନାମ ଆଲେକ୍ସଜାଣ୍ଡାର ରଖିପାରିବି ନାହିଁ ଏବଂ ବାସ୍ତବରେ ତାଙ୍କୁ ‘ରାମ’ ମଧ୍ୟ କହିପାରିବି ନାହିଁ। ତେବେ ଭଲ ମୁସଲମାନ ନାମ କାହିଁକି ନୁହେଁ?’

ଯେତେବେଳେ କରୀନା କପୁର ଖାନ ଏବଂ ସୈଫ ଅଲି ଖାନ ନିଜ ପୁଅର ନାମ ତୈମୁର ରଖିଥିଲେ, ସେତେବେଳେ ଏହାକୁ ନେଇ ସମଗ୍ର ଦେଶରେ ବିତର୍କ ହୋଇଥିଲା। ବାସ୍ତବରେ ତୈମୁରଲଙ୍ଗ ଜଣେ ତୁର୍କୀ ଶାସକ ଥିଲେ, ଯିଏ ଚତୁର୍ଦ୍ଦଶ ଶତାବ୍ଦୀରେ ଭାରତରେ ଲୋକଙ୍କୁ ଲୁଟି ନେଇଥିଲେ ଏବଂ ଅତ୍ୟାଚାର କରିଥିଲେ। ସେ ଅନେକ ହଜାର ଲୋକଙ୍କୁ ହତ୍ୟା ମଧ୍ୟ କରିଥିଲେ।

ବର୍ତ୍ତମାନ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ସୈଫ୍ ଅଲି ଖାନ ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ ‘ବିକ୍ରମ ବେଧା’କୁ ବୟକଟ କରିବାକୁ ଦାବି କରୁଛନ୍ତି। ଏହି ଚଳଚ୍ଚିତ୍ରକୁ ବୟକଟ କରିବାର ଅନ୍ୟ କାରଣ ହେଉଛି ଏହି ଚଳଚ୍ଚିତ୍ରଟି ସମାନ ନାମରେ ଦକ୍ଷିଣରେ ନିର୍ମିତ ହୋଇଛି ଯେଉଁଥିରେ ବିଜୟ ସେତୁପତି ଏବଂ ଆର ମାଧବନ୍ ଭଲ ଅଭିନୟ କରିଥିଲେ। ଲୋକେ କୁହନ୍ତି ଯେ ଯେତେବେଳେ ସେମାନେ ଏହି ଫିଲ୍ମ ଦେଖି ସାରିଛନ୍ତି, ତା’ହେଲେ ଏଥିରେ ପୁଣି ଟଙ୍କା ଖର୍ଚ୍ଚ କରିବାର କୌଣସି ଅର୍ଥ ନାହିଁ।

Leave A Reply

Your email address will not be published.