Latest Odisha News

ଉପରାଷ୍ଟ୍ରପତିଙ୍କୁ ମିମିକ୍ରି ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ପରିସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମିମିକ୍ରି କରାଯିବା ଘଟଣାକୁ ନେଇ ଉଦବେଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଫୋନ କରି କିଛି ସାଂସଦଙ୍କ ଦ୍ୱାରା କରାଯାଇଥିବା ବିଦ୍ରୁପକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୁଃଖ ପ୍ରକାଶ କରିଛନ୍ତି ।ପ୍ରଧାନମନ୍ତ୍ରୀ ଫୋନକରି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସହ କଥା ହୋଇ ସଂସଦ ପରିସରରେ କିଛି ସାଂସଦଙ୍କ ଘୃଣ୍ୟ କାର୍ଯ୍ୟପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ ଧନକରଙ୍କୁ କହିଥିଲେ ଯେ ସେ ନିଜେ ୨୦ ବର୍ଷରୁ ଅଧିକ ସମୟ ଧରି ଏଭଳି ଅପମାନର ଶିକାର ହେଉଛନ୍ତି। କିନ୍ତୁ ଭାରତର ଉପରାଷ୍ଟ୍ରପତିଙ୍କ ଭଳି ସାମ୍ବିଧାନିକ ପଦବୀ ବିରୋଧରେ ଏବଂ ତାହା ମଧ୍ୟ ସଂସଦରେ ଘଟିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି କି, କିଛି ଲୋକଙ୍କ ଆଚରଣ ତାଙ୍କୁ ତାଙ୍କର କର୍ତ୍ତବ୍ୟ ପାଳନ କରିବା ଏବଂ ଆମ ସମ୍ବିଧାନରେ ଥିବା ନୀତିକୁ ବଜାୟ ରଖିବାରେ ବାଧା ସୃଷ୍ଟି କରିପାରିବ ନାହିଁ। ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଉପରାଷ୍ଟ୍ରପତି କହିଛନ୍ତି ଯେ, କୌଣସି ଅପମାନ ତାଙ୍କୁ ତାଙ୍କର ମାର୍ଗ ବଦଳାଇବାକୁ ବିବଶ କରିପାରିବ ନାହିଁ।

Comments are closed.