Latest Odisha News

BREAKING NEWS

୭ ହଜାର କର୍ମଚାରୀ ଛଟେଇ କରିବ ଡିଜ୍‌ନୀ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ

ନୂଆଦିଲ୍ଲୀ: ଗୁଗଲ, ଆମାଜାନ ଓ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ କର୍ମଚାରୀ ଛଟେଇ କରିବା ପରେ ଏବେ ଡିଜ୍‌ନୀ ମଧ୍ୟ କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ୭୦୦୦ କର୍ମଚାରୀ ଛଟେଇ କରିବ ବୋଲି ସୂଚନା ମିଳିଛି। ଖର୍ଚ୍ଚ କାଟ କରିବାକୁ କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ବୁଧବାର କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି। କମ୍ପାନୀର କାର୍ଯ୍ୟପ୍ରକ୍ରିୟାକୁ ପୁନରସଂଗଠିତ କରିବା ଓ ଖର୍ଚ୍ଚ କାଟ କରିବା ଉଦ୍ଦେଶ୍ୟରେ ଏହି ଛଟେଇ କରାଯିବ ବୋଲି କମ୍ପାନୀ ଘୋଷଣା କରିଛି।

ସୂଚନା ଅନୁସାରେ, ଗତ ନଭେମ୍ବର ମାସରେ ରବର୍ଟ ଇଗର ଡିଜ୍‌ନୀର ପୂର୍ବତନ ସିଇଓ ବବ ଚାପେକ୍‌ଙ୍କ ଠାରୁ କମ୍ପାନୀରେ ସିଇଓ ପଦ ସମ୍ଭାଳିଥିଲେ। ଏହାପରେ କର୍ମଚାରୀ ଛଟେଇ ଯୋଜନା ଆରମ୍ଭ ହୋଇଥିଲା। ୨୦୨୦ ପୂର୍ବରୁ ଇଗର ୧୫ ବର୍ଷ ଧରି ଡିଜ୍‌ନୀର ସିଇଓ ଥିଲେ। ହେଲେ ୨୦୨୦ରେ ସେ ଏହି ପଦରୁ ଇସ୍ତଫା ଦେଇଥିବା ବେଳେ ୨୦୨୨ ନଭେମ୍ବରରେ ସେ ପୁଣିଥରେ ସିଇଓ ଦାୟିତ୍ୱ ସମ୍ଭାଳିଛନ୍ତି।

ନିକଟରେ କମ୍ପାନୀ ନିଜର ତ୍ରୈୟମାସିକ ଆୟ ବିଷୟରେ ସୂଚନା ଦେଇଥିଲେ। କମ୍ପାନୀର ସବ୍ସକ୍ରାବର ସଂଖ୍ୟାରେ ହ୍ରାସ ହୋଇଛି।  ଆମେରିକା ଓ କାନାଡ଼ାକୁ ମିଶାଇଲେ କମ୍ପାନୀର ମୋଟ ସବ୍ସକ୍ରାଇବର ସଂଖ୍ୟା ୨୦୦,୦୦୦ ଅଛନ୍ତି। ଫଳରେ କମ୍ପାରୀ ନୋଟ ସବ୍ସକ୍ରାଇବର ସଂଖ୍ୟା ୪୬.୬ ମିଲିୟନ ହୋଇଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ହଟଷ୍ଟାରକୁ ଛାଡ଼ିଦେଲେ ଷ୍ଟ୍ରିମିଂ ସେବାର ୧.୨ ମିଲିୟନ ସଦସ୍ୟତା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି।

ତେବେ ଛଟେଇ ସମ୍ପର୍କରେ ସୂଚନା ଦେଇ ଇଗର କହିଛନ୍ତି ଯେ “ମୁଁ ଏହି ନିଷ୍ପତ୍ତିକୁ ହାଲୁକା ଭାବରେ ନେଉ ନାହିଁ। ବିଶ୍ୱସ୍ତରରେ ଥିବା ଆମ କର୍ମଚାରୀଙ୍କ ପ୍ରତିଭା ଓ କମ୍ପାନୀ ପ୍ରତି ସେମାନଙ୍କର ସମର୍ପଣକୁ ମୁଁ ସମ୍ମାନ ଜଣାଉଛି। ତେବେ କମ୍ପାନୀର ୫.୫ ବିଲିୟନ ଆମେରିକୀୟ ଡଲାର ସେଭିଂ ଲକ୍ଷ୍ୟକୁ ହାସଲ କରିବାକୁ ଗଲେ ଖର୍ଚ୍ଚ କାଟ କରିବାକୁ ପଡ଼ିବ। ଏଥିପାଇଁ କର୍ମଚାରୀ ସଂଖ୍ୟାରେ ହ୍ରାସ କରାଯିବ।”

 

 

Comments are closed.