Latest Odisha News

BREAKING NEWS

କୋର୍ଟରେ ପଶିଲା ବାଘ, ଆକ୍ରମଣରେ ୧୦ ଆହତ ‌

ନୂଆଦିଲ୍ଲୀ: କୋର୍ଟରେ ବାଘ ଆତଙ୍କ । ଉତ୍ତର ପ୍ରଦେଶ ଗାଜିଆବାଦର ଏକ କୋର୍ଟ ପରିସରରେ ପଶିଲା କଲରାପତରିଆ ବାଘ । ବାଘ ଆକ୍ରମଣରେ ୫ ଜଣ ଆଇନଜୀବୀ ସମେତ ୧୪ ଜଣ ଲୋକ ଆହତ ‌ହୋଇଛନ୍ତି । ସୂଚନା ଅନୁଯାୟୀ, ଗାଜିଆବାଦ କୋର୍ଟରେ ଅପରାହ୍ନ ୪ଟାରେ ଗୋଟାଏ କଲରାପତରିଆ ବାଘ ପଶିଯାଇଥିଲା  । କୋର୍ଟ ଭିତରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ଆକ୍ରମଣ କରିଛି ବାଘ । ଏହି କଲରାପତରିଆ ବାଘଟି IMT ପାର୍ଶ୍ୱରୁ କୋର୍ଟରେ ପ୍ରବେଶ କରିଥିଲା। ପରେ ପ୍ରଥମ ମହଲାରେ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପ୍ରବେଶ କରିଥିଲେ । ବାଘକୁ ଦେଖି ସମସ୍ତେ ଭୟଭୀତ ହୋଇ କୋର୍ଟ ପରିସରରେ ଥିବା ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ପରେ ଏହି ଘଟଣା ସମ୍ପର୍କରେ ପୁଲିସ କମିଶନର ଏବଂ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା । ଖବର ପାଇବା ପରେ ପୁଲିସ ଓ ଜଙ୍ଗଲ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ବାଘକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ କରି ସଫଳ ହୋଇଛନ୍ତି  । ବାଘକୁ କାବୁ କରାଯାଇଥିବା ଜଣାପଡ଼ିଛି।

 

ଆଇନଜୀବୀ ପରବିନ୍ଦର କହିଛନ୍ତି, ବାଘ ଆକ୍ରମଣ ଯୋଗୁଁ ୨ ଜଣ ଆଇନଜୀବୀ ସମେତ ମୋଟ୍ ୧୦ ଜଣ ଲୋକ ଆହତ ‌ହୋଇଛନ୍ତି। CJM କୋର୍ଟଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କୁ ଏହି ବାଘ ଆକ୍ରମଣ କରି ଆହତ କରିଥିବା ସୂଚନା । ଏନେଇ ପୁଲିସ କମିଶନର ଓ ବନ ବିଭାଗ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 

 

Leave A Reply

Your email address will not be published.