Latest Odisha News

BREAKING NEWS

ଯାଜପୁରରେ ଜନଶୁଣାଣୀକୁ ସମର୍ଥନ ପାଇଁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦର ଆହ୍ବାନ

ଡୁବୁରୀ: ନୀଳାଚଳ ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧ ମେଟ୍ରିକ ଟନରୁ ୯.୫ ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆସନ୍ତା ୨୦ରେ ଜନ ଶୁଣାଣି ଆୟୋଜନ କରାଯାଉଛି।

ଏହି ସମ୍ପ୍ରସାରଣ କେବଳ କଳିଙ୍ଗନଗର ନୁହେଁ ସମଗ୍ର ଯାଜପୁର ଜିଲ୍ଲା ତଥା ରାଜ୍ୟ ଶିଳ୍ପାୟନ ପ୍ରକ୍ରିୟା ପାଇଁ ଏକ ବଡ ପଦକ୍ଷେପ। ସ୍ଥାନୀୟ ଅଂଚଳରେ ନିଯୁକ୍ତି, ବ୍ୟବସ୍ୟାୟରେ ଅଭିବୃଦ୍ଧି, ତଥା ସାମଗ୍ରୀକ ବିକାଶ ପାଇଁ ବିସ୍ଥାପିତ ଉନ୍ନୟନ ପରିଷଦ ତରଫରୁ ସ୍ଥାନୀୟ ବିସ୍ଥାପିତ, ଜମିହରା, କ୍ଷତଗ୍ରସ୍ଥ, ସୁକିନ୍ଦା ବାସୀ ଓ ରାଜ୍ୟର ହିତ ପାଇଁ ଏହି ଜନ ଶୁଣାଣିକୁ ସମର୍ଥନ ଦେବାକୁ କଳିଙ୍ଗନଗରବାସୀଙ୍କୁ ଆହ୍ବାନ ଦିଆଯାଇଛି।

ବନ୍ଦ ପଡିଥିବା ନୀଳାଚଳ ଇସ୍ପାତକୁ ଜୁଲାଇ ୪, ୨୦୨୨ରେ ଟାଟା ଷ୍ଟିଲ ଅଧିଗ୍ରହଣ କଲା ପରେ ସବୁକର୍ମଚାରୀଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଥିଲା।

ନୀଳାଚଳର ସମ୍ପ୍ରସାରଣ ସଫଳ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ, ନିଯୁକ୍ତି ସୁଯୋଗ ବଢିବ। ଏହା ଦ୍ଵାରା ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେଣୁ ଏହି ଜନ ଶୁଣାଣିକୁ ଏହି ସଂଗଠନ ପକ୍ଷରୁ ସମର୍ଥନ କରାଯାଉଥିବା ଜଣାପଡିଛି।

 

 

Comments are closed.