Latest Odisha News

BREAKING NEWS

ଭିଟାମାଟି ହରାଇ ବେସାହାରା ବିସ୍ଥାପିତ

ନୂଆପଡା : ବଢ଼ୁଛି ଅସନ୍ତୋଷ । ଜୋର ଜବରଦସ୍ତ ବିସ୍ଥାପିତଙ୍କ ଘର ଭାଙ୍ଗିଲା ପ୍ରଶାସନ । ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ବିସ୍ଥାପିତଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇ ସାରିଥିବା ବେଳେ ଏବେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ପୁର୍ବବତ ରହିଛି । ବର୍ତ୍ତମାନ ପରିସ୍ଥିତିରେ ବର୍ଷା ଋତୁରେ ପ୍ରଶାସନ ବିସ୍ଥାପିତଙ୍କ ଘର ମାନଙ୍କୁ JCB ଲଗାଇ ଭାଙ୍ଗି ଦେଇଥିବାରୁ ବହୁ ଅସୁବିଧ ଭୋଗୁଛନ୍ତି ସେମାନେ । ଦୀର୍ଘ କୋଡିଏ ବର୍ଷ ବିତିଯାଇଥିଲେ ବି ବିସ୍ଥାପିତଙ୍କ ସମସ୍ୟା ଦୂର ହୋଇପାରିନାହିଁ ।

କାଳୀମାଟି ଗାଁର ବିସ୍ଥାପିତ ଅସ୍ଥାୟୀ ଗୃହକୁ ଛାଡି ନିଜ ଭିଟାମାଟିକୁ ଫେରିଯାଇଛନ୍ତି । ବର୍ତ୍ତମାନ ପ୍ରଶାସନ କୌଣସି ନୋଟିସ କିମ୍ବା କୌଣସି ଲୋକଙ୍କୁ ନଜଣାଇ ପୋଲିସ ଫୋର୍ସ ସହ ଯାଇ JCB ଲଗାଇ ବିସ୍ଥାପିତଙ୍କ ଘରକୁ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ବାସଗୃହ ହରାଇ କିଛି ପରିବାର ଗଛ ମୂଳେ ପଲିଥିନ ବାନ୍ଧି ଆଶ୍ରୟ ନେଉଛନ୍ତି । ବିସ୍ଥାପିତଙ୍କ ହକ ଓ ଅଧିକାର ତୁରନ୍ତ ପ୍ରଦାନ କରାଯାଉ ନଚେତ ବିସ୍ଥାପିତ ସହାୟତା ସମିତି, ଲୋୟର ଇନ୍ଦ୍ର ଜନ ସଚେତନା ମଞ୍ଚ ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।ଦୀର୍ଘ କୋଡିଏ ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ଦୂର ହେବାର ନାଁ ନେଉନାହିଁ । ସରକାରୀ ବାବୁଙ୍କ ମିଛ ପ୍ରତିଶ୍ରୁତି ଓ ଉଦାସୀନତା ଯୋଗୁଁ ନିଜ ହକ ଓ ଅଧିକାର ପାଇବାରୁ ବଞ୍ଚିତ ଭିଟାମାଟି ହରାଇଥିବା ବିସ୍ଥାପିତ ପରିବାର ।

 

Leave A Reply

Your email address will not be published.