Latest Odisha News

ଭୁବନେଶ୍ୱର ରେଳ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ

ଭୁବନେଶ୍ୱର: ପୂର୍ବତଟ ରେଳବାଇ ଅଧିକାରୀ ତଥା କର୍ମଚାରୀଙ୍କ ପକ୍ଷରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ବିରୋଧ କରି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ କରାଯାଇଥିଲା ।

ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଓ ଅନ୍ୟ ଅଧିକାରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବା ଲାଗି ‘ସ୍ୱଚ୍ଛତା ହିଁ ସେବା’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅବସରରେ ଯାତ୍ରୀମାନଙ୍କୁ ସଚେତନ କରିବାପାଇଁ କୁମାର ଏବଂ ଅନ୍ୟ ଅଧିକାରୀ ମାନେ ପ୍ଲାଷ୍ଟିକ ବ୍ୟାଗ ସାଙ୍ଗରେ ନେଉଥିବା ଯାତ୍ରୀ ମାନଙ୍କୁ ସଚେତନତା ବାର୍ତା ପହଂଚାଇବା ପାଇଁ ଡିସପୋଜେବଲ ବ୍ୟାଗ ବଣ୍ଟନ କରିଥିଲେ।

ଆହୁରି ମଧ୍ୟ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନତାର ବାର୍ତ୍ତା ପହଞ୍ଚାଇବଓ ପାଇଁ ରେଳବାଇ କର୍ମଚାରୀ ମାନେ ବିଭିନ୍ନ ସ୍ଲୋଗାନ ସହିତ ରାଲି ବାହାର କରି ସଚେତନ କରାଇଥିବାବେଳେ ‘ନୂକଡ଼ ନାଟକ’ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

Comments are closed.