Latest Odisha News

BREAKING NEWS

ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଫସିଲେ ଅଧ୍ୟାପକ

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବାଲେଶ୍ୱର ଜିଲ୍ଲାର ଏକ ବ୍ଲକଗ୍ରାଣ୍ଟ୍ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟୟ।

ସମ୍ପୃକ୍ତ ଅଧ୍ୟାପକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ତଳନଗର ମହାବିଦ୍ୟାଳୟର ବୋଟାନୀ(ଉଦ୍ଭିଦ ବିଜ୍ଞାନ) ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟୟ।

ମିଳିଥିବା ସୂଚନା ଅନୁଯାୟୀ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଏକ ୫ ଜଣିଆ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧ୍ୟାପକଙ୍କ ବାହାନାଗା ବ୍ଲକ୍ ଆସିମିଳା ଠାରେ ଥିବା ବାସଭବନ ଏବଂ ତଳନଗର କଲେଜ ଛକରେ ଥିବା ୨ଟି ବିଲ୍ଡିଂରେ ଚଢ଼ଉ କରିଛନ୍ତି ।

ଏହି ଚଢ଼ଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣର ସୁନା ଗହଣା, ରୂପା ଅଳଙ୍କାର ସମେତ ୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ତେବେ ଏଯାବତ୍ ତାଙ୍କ ଆୟବର୍ହିଭୁତ ସମ୍ପତିର ସଠିକ୍ ମୂଲ୍ୟ ଜଣାପଡିନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.