Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣ ଯବାନଙ୍କ ମନୋବଳ ଭାଙ୍ଗିପାରିବ ନାହିଁ: ଓଡିଶା ଡିଜିପି

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଘଟଣା ସୁରକ୍ଷାବଳଙ୍କ ମନୋବଳ ଭାଙ୍ଗି ପାରିବନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଆର ପି ଶର୍ମା ଶୁକ୍ରବାର ଦିନ କହିଛନ୍ତି ।

“ ଏହା ଏକ ଖୁବ୍ ଦୁଃଖଦାୟକ ଘଟଣା । ଜଣେ ପୋଲିସ ଅଧିକାରୀ ଭାବେ ମୁଁ ବ୍ୟକ୍ତିଗତ ସ୍ତରରେ ଅତ୍ୟନ୍ତ ମର୍ମାହତ । କିନ୍ତୁ ଏହି ଆତ୍ମଘାତୀ ଆକ୍ରମଣ ଘଟଣା ଆମର ସଶସ୍ତ୍ର ପୋଲିସ ବାହିନୀ ତଥା କେନ୍ଦ୍ରୀୟ ପୋଲିସ ଫୋର୍ସର ମନୋବଳକୁ ଭାଙ୍ଗିପାରିବ ନାହିଁ” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଡିଜିପି ଶ୍ରୀଯୁକ୍ତ ଶର୍ମା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହିଭଳି ଘଟଣା ସୁରକ୍ଷା ବାହିନୀଙ୍କ ମନୋବଳକୁ ଆହୁରି ସୁଦୃଢ ତଥା ମଜଭୁତ କରିବ । ଯାହାଦ୍ୱାରା ଆତଙ୍କବାଦୀମାନଙ୍କୁ ମୁହଁତୋଡ ଜବାବ ଦିଆଯାଇପାରିବ ।

ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ୨ ଜଣ ଓଡିଆ ସିଆରପିଏଫ୍ ଯବାନଙ୍କ ବିୟୋଗରେ ଡିଜିପି ଶୋକ ପ୍ରକାଶ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ଦେଶର ବରିଷ୍ଠ ରାଜନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି, ସିଆରପିଏଫ୍ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ଏବଂ ଆତଙ୍କବାଦୀମାନଙ୍କୁ ଏହାର କଡା ଜବାବ ଦିଆଯିବ । ଏହି ଉକ୍ତିକୁ ଦୋହରାଇ ଡିଜିପି ମଧ୍ୟ ଘଟଣାର କଡା ନିନ୍ଦା କରିଛନ୍ତି ।

Leave A Reply

Your email address will not be published.