Latest Odisha News

BREAKING NEWS

ମାଛ ପୋଖରୀ ଲିଜ୍ ବିବାଦରୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । ଟଙ୍କା ନୁହେଁ, ବରଂ ମାଛ ପୋଖରୀ ଲିଜକୁ ନେଇ ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ଅଭିଯୁକ୍ତ ପ୍ରବୀଣ ଧରୁଆ ହତ୍ୟା କରିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ ହତ୍ୟାକାଣ୍ଡର କାରଣ ସାମନାକୁ ଆସିଛି ।

ପ୍ରଫେସର ଧ୍ରୁବରାଜ ନାଏକ ମାଛ ଚାଷ ପାଇଁ ନିଜ ପୋଖରୀକୁ ଅନ୍ୟ କାହାକୁ ଲିଜରେ ଦେଇଥିଲେ । ଏହାକୁ କେନ୍ଦ୍ର କରି ଧ୍ରୁବରାଜଙ୍କୁ ହତ୍ୟା କରିଥିବା ଜେରା ବେଳେ ପୋଲିସକୁ କହିଛି ଅଭିଯୁକ୍ତ ପ୍ରବାଣ ଧରୁଆ । ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗତକାଲି ଝାରସୁଗୁଡ଼ା ଜିଲ୍ଲା କୁଆଁରମାଳ ଅନ୍ତର୍ଗତ ସର୍ଗିଡିହି ସ୍ଥିତ ଘରେ ପ୍ରଫେସର ଧ୍ରୁବରାଜଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ହତ୍ୟା କରିଥିଲା ଅଭିଯୁକ୍ତ । ନିଶାସକ୍ତ ଅବସ୍ଥାରେ ଘରେ ପଶିଥିଲା ପ୍ରବୀଣ । ଅଭିଯଗୋ ହୋଇଥିଲା, ମଦ ପିଇବାକୁ ଶହେ ଟଙ୍କା ନଦେବାରୁ ଧ୍ରୁବରାଜଙ୍କୁ ହତ୍ୟା କରିଥିଲା ଦୁର୍ବତ୍ତ । ଏବେ ହତ୍ୟାକାଣ୍ଡର କାରଣ ନେଇ ନୂଆ ଟ୍ୱିଷ୍ଟ ସାମନାକୁ ଆସିଛି । ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

Comments are closed.