Latest Odisha News

BREAKING NEWS

ଚାନ୍ଦିପୁରରୁ ‘ଅଗ୍ନି ପ୍ରାଇମ’ର ପରୀକ୍ଷଣ

ବାଲେଶ୍ଵର: ଡିଆରଡିଓ ପକ୍ଷରୁ ଏପିଏଜେ ଅବଦୁଲ କଲାମ ଦ୍ଵୀପରୁ ଅଗ୍ନି ସିରିଜର ଅତ୍ୟାଧୁନିକ ଆଣବିକ କ୍ଷମତା ସମ୍ପନ୍ନ ବାଲିଷ୍ଟିକ ମିସାଇଲ ଅଗ୍ନି ପ୍ରାଇମର ପରୀକ୍ଷଣ ହୋଇଛି। ଏହା ହଜାରେ କେଜି ପର୍ଯ୍ୟନ୍ତ ଆଣିବକ ଅସ୍ତ୍ର ପରିବହନ କରିବା ସହ ୧ହଜାର କିଲୋମିଟରରୁ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।  ଅଗ୍ନି-୩ ଓ ଅଗ୍ନି-୪କୁ ବିକଶିତ କରାଯାଇ ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଅଗ୍ନି ୧ର ନୂଆ ସଂସ୍କରଣ ବୋଲି କୁହାଯାଉଛି। ଅଗ୍ନି ସିରିଜର ପ୍ରଥମ ମିସାଇଲ ୧୯୮୯ରେ ପରୀକ୍ଷଣ ହୋଇଥିଲା।  ଏହାର ଲକ୍ଷଭେଦୀ କ୍ଷମତା ୭ଶହରୁ ୮ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି। ୨୦୦୪ରେ ଏହାକୁ ସେନାରେ ସାମିଲ କରାଯାଇଥିଲା

କରୋନା ପ୍ରୋଟୋକଲ ପାଇଁ କିଛି ଦିନ ପରୀକ୍ଷଣ ଧୀମେଇ ଯାଇଥିବା ବେଳେ ଏବେ ଡିଆରଡିଓ ପରୀକ୍ଷଣକୁ ପୂରା ଜୋରାଜାର କରଛି। କରୋନା ବେଳେ ଲୋକଙ୍କ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲା।  କରୋନା ମୁକାବିଲାରେ ସହଯୋଗ ପାଇଁ ଆଣ୍ଟି କୋଭିଡ୍ କରୋନା ଔଷଧ-୨ଡିଜି , ଭେଣ୍ଟିଲେଟର, ପିପିଇ ଓମାସ୍କ ମଧ୍ୟ ପ୍ରସ୍ତୁତି କରିଥିବା ଡିଆରଡିଓ ଏବ ବିଭିନ୍ନ ରେଞର ମିସାଇଲ ଓ ରକେଟ ପରୀକ୍ଷଣ ଆରମ୍ଭ କରିଛି। ଗତ ସପ୍ପାହକ ମଧ୍ୟରେ ବହୁ ସଂଖ୍ୟାରେ ପରୀକ୍ଷଣ ହୋଇଛି।

 

Leave A Reply

Your email address will not be published.