Latest Odisha News

BREAKING NEWS

ଦୱାଇ ଭି, କଡ଼ାଇ ଭି’ ବାର୍ତ୍ତାର ପ୍ରଚାର ପାଇଁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନର ସ୍ଥିତି ସମୀକ୍ଷା ପାଇଁ ଏପ୍ରିଲ ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ୍ ଉପଯୁକ୍ତ ବ୍ୟବହାର ଓ ଟିକାକରଣର ପଞ୍ଚ ସୂତ୍ରୀ ରଣନୀତି ଉପରେ ଗୁରୁତ୍ୱାରୋପ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା ।

ଜନହିତରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକର ଅଗ୍ରଣୀ ଭୂମିକାକୁ ମନ୍ତ୍ରଣାଳୟ ଦୋହରାଇଛି । ତେଣୁ କୋଭିଡ-ଉପଯୁକ୍ତ ବ୍ୟବହାର ଏବଂ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣର ବାର୍ତ୍ତା ପ୍ରଚାର କରି ‘ଦୱାଇ ଭି, କଡ଼ାଇ ଭି’ ସମ୍ପର୍କରେ ଅଧିକ ମାତ୍ରାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.