Latest Odisha News

BREAKING NEWS

ରାଜ୍ୟ ଓ ଜିଲ୍ଲାସ୍ତରରେ ଗଚ୍ଛିତ ନାହିଁ କୋଭିଡ୍ ଟିକା, କୋଭିସିଲ୍ଡ ଭ୍ୟାକ୍ସିନ୍ ପାଇଁ ପୁଣି ଚିଠି ଲେଖିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଥିବା ବେଳେ ଟିକା ଅଭାବ ଦେଖା ଦେଇଛି । କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ମଧ୍ୟରୁ କେବଳ ଭୁବନେଶ୍ୱର କୋଭାକ୍ସିନ୍ ଦିଆଯାଉଥିବା ବେଳେ ସମସ୍ତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏଯାବତ୍ ରାଜ୍ୟ ସରକାର ୩୫.୬୭ ଲକ୍ଷ ଡୋଜ୍ କୋଭିଡ୍ ଟିକା ଦେଇଥିବା ବେଳେ ଏପ୍ରିଲ୍ ୧ରୁ ଦୈନିକ ହାରାହାରି ୨.୩୧ ଲୋକଙ୍କୁ କରୋନା ଟିକା ଦିଆଯାଉଛି ।

କେନ୍ଦ୍ର ଆବଶ୍ୟକ ପରିମାଣରେ କୋଭିସିଲ୍ଡ ଟିକା ଯୋଗାଇ ଦେଉନଥିବାରୁ ଟିକାକରଣ ଅଟକି ଯିବାର ସମ୍ଭାବନା ରହିଛି । ପୁଣି ଥରେ ତୁରନ୍ତ କୋଭିସିଲ୍ଡ ଟିକା ପଠାଇବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ରାଜ୍ୟର ବିଭିନ୍ନ କୋଲ୍ଡ ଚେନ ପଏଣ୍ଟ୍ସରେ ୩ ଲକ୍ଷ ୪୭ ହଜାର ୧୮୦ ଡୋଜ୍ କୋଭିସିଲ୍ଡ ଓ ୧ ଲକ୍ଷ ୩୬ ହଜାର ୮୨୦ ଡୋଜ୍ କୋଭାକ୍ସିନ୍ ଟିକା ରହିଛି । ଏବେ ରାଜ୍ୟ ଓ ଜିଲ୍ଲା ଷ୍ଟୋରରେ କୋଭିଡ୍ ଭ୍ୟାକ୍ସିନ୍ ଷ୍ଟକ ନାହିଁ । ଆଜି ଅପରାହ୍ଣରେ ରାଜ୍ୟ ୩ ଲକ୍ଷ ୪୯ ହଜାର ୧୩୦ ଡୋଜ୍ କୋଭିସିଲ୍ଡ ଭ୍ୟାକ୍ସିନ୍ ପାଇଥିବା ବେଳେ ଖୁବଶୀଘ୍ର ବିତରଣ କରାଯିବ । ଏବେ ଉପଲବ୍ଧ ଥିବା ଟିକା ଓ ଟିକାକରଣକୁ ଦେଖିଲେ ରାଜ୍ୟ ମାତ୍ର ୩ ଦିନ ଲାଗି ଟିକାକରଣ କରିପାରିବ । ଏହାପରେ ସମଗ୍ର ରାଜ୍ୟରେ କୋଭିସିଲ୍ଡ ଟିକା ଶେଷ ହୋଇଯିବ ।

ଫଳରେ ଏହାଦ୍ୱାରା ସମୟରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ଦିଆଯାଇ ପାରିବ ନାହିଁ । ଏଥିସହ ଯୋଗ୍ୟ ଲୋକଙ୍କୁ ଭ୍ୟାକ୍ସିନ୍ ଦେବାରେ ବିଳମ୍ବ ହେବ । ବିଶେଷକରି ରାଜ୍ୟରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ତୁରନ୍ତ ଅତିକମରେ ୧୫ରୁ ୨୦ ଲକ୍ଷ ଡୋଜ୍ କୋଭିସିଲ୍ଡ ଭ୍ୟାକ୍ସିନ୍ ପ୍ରଦାନ କରିବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି ।

Leave A Reply

Your email address will not be published.