Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ଧରାପଡିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ । ଆଜି ଲକ୍ଷେ ୧୦ହଜାର ଲାଞ୍ଚ ନେବା ବେଳେ ଟଙ୍କା ସହିତ ବାରିପଦା ଭିଜିଲାନ୍ସ ଟିମ୍ ଶ୍ରୀ ଘଡ଼େଇଙ୍କୁ ଧରିଥିଲେ।

ଜଣେ ମତ୍ସ୍ୟଚାଷୀଙ୍କୁ ସରକାରୀ ସହାୟତା ରାଶି ମଞ୍ଜୁର କରିବା ପାଇଁ ଏହି ଲାଞ୍ଚ ଟଙ୍କା ନେଉଥିଲେ । ବାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ବାରିପଦା ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ନେତୃତ୍ବରେ ଏହି ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ ।

Leave A Reply

Your email address will not be published.