Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ
ତା ୧୩-୦୧-୨୦୨୧ ବୁଧବାର

ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୩ ରିଖ ବୁଧବାର ଧନୁ ୩୦ ଦିନ ପୌଷ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ମୁକ୍ତ ପ୍ରତିପଦା ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର
ଘାତ ବାର-: କର୍କଟ ରାଶିର
ଘାତ ଚନ୍ଦ୍ର:- ତୁଳା କୁମ୍ଭ ରାଶି ପୁରୁଷଙ୍କ ବୃଷ ମିଥୁନ ରାଶି ମହିଳାଙ୍କର
ଆଜି: ଆମିଷ ଓ ପାଣି କଖାରୁ ଖାଇବା ନିଷେଧ
ଆଜି ବକୁଳ ଅମାବାସ୍ୟା
ମେଷ :
ଦାମ୍ପତ୍ୟ ଜୀବନ ସୁଖମୟ ହେବ ବାହରକୁ ବାଧ୍ୟ ହୋଇ ଯିବାର ଯୋଗ ଅଛି। ସମସ୍ତ ଦିଗରୁ ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ଦ୍ରବ୍ୟ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସମ୍ପର୍କ ସ୍ଥାପନ ହେବ।


ବୃଷ :
ଆଜିର ଦିନ ଶୁଭଫଳ ଦାୟକ ହେବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ, ମାନସିକ ସୁସ୍ଥତା ମିମିଳିବ। ଆର୍ଥିକ ଲାଭ ହେବ। ଆନନ୍ଦପୂର୍ଣ୍ଣ ସମାଚାର ମିଳିବ। ସ୍ଵାସ୍ଥ୍ୟ ଅନୁକୂଳ ରହିବ।
ମିଥୁନ :
ଆଜି ସନ୍ତାନ ଏବଂ ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ବାଦ-ବିବାଦରେ ଜୟଯୁକ୍ତ ହେବେ । ମହିଳା
ମାନେ ପ୍ରେମରେ ସଫଳତା ପାଇବେ। ପେଟ ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ ଏବଂ ଯାତ୍ରାରେ ବାଧା ବିଘ୍ନ ଦେଖା ଦେଇପାରେ ।
କର୍କଟ :
ଶାରୀରିକ-ମାନସିକ ଅସୁସ୍ଥତା ଅନୁଭବ ହୋଇପାରେ। ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେଇପାରେ । ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ । କୌଣସି ମହିଳାଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି।


ସିଂହ :
କାର୍ଯ୍ୟରେ ସଫଳତା ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟୀ ହେବେ । ପ୍ରସନ୍ନତା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶି ଘରେ କୌଣସି ନୂତନ ଆୟୋଜନ କରିବେ। ସ୍ଵାସ୍ଥ୍ୟ ଉତ୍ତମ ରହିବ। ଆର୍ଥିକ ଲାଭ ମିଳିବ, ପ୍ରିୟଜନ ମାନଙ୍କର ସାକ୍ଷାତ ହେବ।
କନ୍ୟା :
ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ଉତ୍ତମ ବ୍ୟବହାରକୁ ନେଇ ଆପଣ ଲୋକପ୍ରିୟତା ପ୍ରାପ୍ତ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଷ୍ଟାନ୍ନ ଭୋଜନ ମିଳିବ। ବିଦ୍ୟାର୍ଥି ମାନଙ୍କ ପାଇଁ ଆଜି ଶୁଭ ପ୍ରଦ ହେବ ।
ତୁଳା :
ଶାରୀରିକ, ମାନସିକ ସୁସ୍ଥତା ଦେଖାଦେବ । ଆପଣଙ୍କ ରଚନାତ୍ମକ ଯୋଗ୍ୟତା କାରଣରୁ ଆପଣ ପ୍ରଶଂସିତ ହେବେ । ମନୋରଞ୍ଜନର ପ୍ରବୃତ୍ତିରେ ସାଙ୍ଗ ତଥା ପରିଜନ ମାନଙ୍କ ସହିତ ଭାଗ ନେବେ। ଆର୍ଥିକ ଓ ଶାରୀରିକ ଅଭିବୃଦ୍ଧି ହେହେବ ।

ବିଚ୍ଛା :
ଆମୋଦ-ପ୍ରମୋଦ, ମନୋରଞ୍ଜନ ପଛରେ ଧନ ବ୍ୟୟ ହୋଇପାରେ। ମାନସିକ ଚିନ୍ତା ଏବଂ ଶାରୀରିକ କଷ୍ଟର କାରଣରୁ ଚିନ୍ତିତ ହୋଇପାରନ୍ତି। କଥାବାର୍ତ୍ତାରେ କାହା ସହିତ ଭୁଲ ବୁଝାବଣା ହୋଇପାରେ ।ମହିଳା ମାନେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ :
ଆର୍ଥିକ, ସାମାଜିକ ଏବଂ ପାରିବାରିକ ଦୃଷ୍ଟିରୁ ଆପଣଙ୍କପାଇଁ ଆଜିର ଦିନ ଲାଭଦାୟୀ ହେବ। ଗୃହସ୍ଥ ଜୀବନର ଆନନ୍ଦ ମିଳିବ ପ୍ରେମରେ ସଫଳତା ମିଳିବ । ମିତ୍ରମାନଙ୍କ ସହିତ କୌଣସି ରମଣୀୟ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି।
ମକର :
ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଆପଣଙ୍କପାଇଁଁ ଆଜି ଦିନ ଶୁଭପ୍ରଦ ହେବ । କର୍ମ କ୍ଷେତ୍ରରେ ମାନ ସମ୍ମାନ ମିଳିବ ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା ଆପଣ ପ୍ରଶଂସିତେ ହେବେ। ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତ କାର୍ଯ୍ୟ ହେବେ ।


କୁମ୍ଭ :
ଆଜି ଆଳସ୍ୟ ଅନୁଭବ କରିପାରନ୍ତି। ମାନସିକ ଅସୁସ୍ଥତା ଦେଖାଦେବ । ଅଫିସ୍ ତଥା କାମ-କାର୍ଯ୍ୟରେ ଉଚ୍ଚପଦାଧିକାରି ମାନଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅପରାହ୍ନରେ ଭଲ ସମାଚାର ମିଳିପାରେ।
ମୀନ :
ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବେ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। କାମକାର୍ଯ୍ୟରେ ଆପଣଙ୍କୁ ଟିକେ ପ୍ରତିକୂଳତା ଅନୁଭବ କରିବାକୁ ପଡ଼ିପାରେ। ପାରିବାରିକ ସଦସ୍ୟ ମାନଙ୍କ ସହିତ ମନମାଳିନ୍ୟର ଆଶଂକା ଅଛି।ମହିଳା ମାନେ ଜଗି ରଖି ଚଳନ୍ତୁ ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର: ୯୪୩୭୨୨୫୪୩୪

Leave A Reply

Your email address will not be published.