Latest Odisha News

BREAKING NEWS

ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ପରେ ପଜିଟିଭ ଆସିଲା ରିପୋର୍ଟ; କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଗାଁ

ନୟାଗଡ଼: ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ପରେ ପଜିଟିଭ ଆସିଲା ରିପୋର୍ଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁରେ । ଏହି ଗାଁର ଜଣେ ବ୍ୟକ୍ତି ବାହାର ରାଜ୍ୟରେ ରହୁଥିବା ବେଳେ ନିକଟରେ ନିଜ ଗାଁକୁ ଫେରିଥିଲେ।
ସରକାରୀ ନିୟମ ଅନୁଯାୟୀ ସେ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ । ତେବେ ତାଙ୍କ ଦେହରେ କୌଣସି ଲକ୍ଷଣ ନଥିବା ଯୋଗୁଁ କ୍ୱାରେଣ୍ଟାଇନ ଅବଧି ଶେଷ ହେବା ପରେ ସେ ଫେରିଥିଲେ ଘରକୁ । ଘର ତଥା ସାହି ଲୋକଙ୍କ ସହ ସ୍ଵାଭାବିକ ଭାବେ ମିଳାମିଶା ମଧ୍ୟ କରିଥିଲେ । ଘରକୁ ଫେରିବା ପରେ ଜାଣିବାକୁ ମି ଳିଲା ଯେ ପରୀକ୍ଷା ପାଇଁ ଯାଇଥିବା ତାଙ୍କ ନମୂନା ପଜିଟିଭ ଆସିଛି ।
ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସୃଷ୍ଟି ହୋଇଛି ଭୟର ବାତାବରଣ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.