Latest Odisha News

BREAKING NEWS

ଲକଡାଉନରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ଏହିସବୁ ଅଭ୍ୟାସ !

ଭୁବନେଶ୍ୱର: ଲକଡାଉନ ଯୋଗୁଁ ସମସ୍ତେ ଗୃହବନ୍ଦୀ। ସବୁଆଡେ ବନ୍ଦ ଯୋଗୁଁ ବାହାରକୁ ଯିବା ମନା । ଘରେ ବସି ବସି ଅନେକ ନିଜର ଓଜନ ବଢ଼ାଉଛନ୍ତି । ତେବେ ଏହା ମଧ୍ୟରେ କିଭଳି ଆପଣ ନିଜର ଓଜନକୁ କମାଇବେ ଏନେଇ ଜାଣନ୍ତୁ କିଛି ସରଳ ଟିପ୍ସ…

କରୋନା ପାଇଁ ଜିମ୍‌ ବନ୍ଦ ରହିଛି। କିନ୍ତୁ ଆପଣ ଘରେ ବ୍ୟୟାମ କରିପାରିବେ। ନିଜ ଘର ପାହାଚରେ ତଳ ଉପର ହୋଇପାରିବେ। ସ୍କିପିଂ ଖେଳିପାରିବେ।

ଘରେ ଥିବା ସମୟରେ ଦିନକୁ ଅତି କମରେ ୧୦,୦୦୦ ଷ୍ଟେପ୍ ଚାଲନ୍ତୁ। ଚାଲିବା ଏକ ବ୍ୟାୟମ। ଏହଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଠିକ୍‌ ସମୟରେ ଜଳଖିଆ କରନ୍ତୁ। ପ୍ରତିଦିନ ଜଳଖିଆରେ ପୋଷଣ ଯୁକ୍ତ ଖାଦ୍ୟ ଯେପରି ଫଳ ,ଅଣ୍ଡା, ଜୁସ, ଓଟ୍ସ ଭଳି ଖାଦ୍ୟକୁ ଅନ୍ତର୍ଭୁକ୍ତ କରନ୍ତୁ।

ଜଙ୍କ୍ ଫୁଡ୍ ଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତୁ ।ଜଳଖିଆ ହେଉ କିମ୍ବା ମଧ୍ୟାହ୍ନ ଭୋଜନ , ସର୍ବଦା ଆବଶ୍ୟକ ଅନୁଯାୟୀ ଖାଦ୍ୟ ଖାଆନ୍ତୁ ।

ରାତ୍ରିରେ ହାଲକା ଖାଦ୍ୟ ଖାଆନ୍ତୁ। ଏମିତି ଖାଦ୍ୟ ଭୋଜନରେ ସାମିଲ କରନ୍ତୁ ଯାହା ଆପଣଙ୍କୁ ପୋଷଣ ଦେବ କିନ୍ତୁ ଓଜନ ବଢ଼ିବ ନାହିଁ। ଶୋଇବାର କିଛି ସମୟ ପୂର୍ବରୁ ଖାଆନ୍ତୁ।

Leave A Reply

Your email address will not be published.