Latest Odisha News

BREAKING NEWS

୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡ଼ା: ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଦୀର୍ଘ ୨୧ ବର୍ଷ ପରେ ଶୁକ୍ରବାର ଦିନ ଏହି ଦେଶାନ୍ତର କରିଥିବା ସୂଚନା ମିଳିଛ । ସେମାନେ ହେଲେ ଅମିନା ବିବି, ଇନସାନ ଖାନ ଓ ମୁନତାଜ ଖାନ । ଏହି ପରିବାର ୧୯୮୭ ମସିହାରେ ବାଂଲାଦେଶରୁ ଆସିଥିବା ସୂଚନା ମିଳିଛି ।

ଖବର ମୁତାବକ, ୨୦୨୫ ନଭେମ୍ବର ୨୭ରେ ଜିଲାର ବିଭିନ୍ନ ସ୍ଥାନରେ ରହି ଆସୁଥିବା ୧୨ ଜଣିଆ ପରିବାର ସଦସ୍ୟଙ୍କୁ ଅନୁପ୍ରବେଶକାରୀ ସନ୍ଦେହରେ ଜିଲ୍ଲା ପୋଲିସ ଅଟକ ରଖିଥିଲା । ୭ ଦିନ ମଧ୍ୟରେ ଅଟକଙ୍କ ମଧ୍ୟରୁ ପରିଚୟ ପତ୍ର ସଂଗ୍ରହ କରି ୯ ଜଣଙ୍କୁ ଛାଡି ଦେଇଥିଲା। ତେବେ ଏହି ୩ ଜଣ ପରିଚୟ ପତ୍ର ଦେଇ ନ ପାରିବାରୁ ସେମାନଙ୍କୁ ଅଟକ ରଖାଯାଇଥିଲା ।

୨୦୦୪ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୧୬୪୯ ଜଣ ଅନୁପ୍ରବେଶକାରୀ ଭାବେ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ରହୁଥିବା ଚିହ୍ନଟ ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ନୋଟିସ ଦିଆଯାଇଥିଲା । କୋର୍ଟରେ ମାମଲା କରିବା ପରେ ସେମାନେ ଦେଶାନ୍ତର ହୋଇ ନ ଥିଲେ ।

Leave A Reply

Your email address will not be published.