Latest Odisha News

BREAKING NEWS

ମେଡ଼ିକାଲ କଲେଜ ଓ ସିଟି ଡାକ୍ତରଖାନା ଦାବିରେ ଜେଲଭରା ଆନ୍ଦୋଳନ କରିବାକୁ ଚେତାବନୀ

କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ାରେ ମେଡ଼ିକାଲ କଲେଜ ଓ କେନ୍ଦ୍ରପଡ଼ା ମ୍ୟୁନିସପାଲଟିରେ ସିଟି ଡାକ୍ତରଖାନା ପ୍ରତିଷ୍ଠା ଦାବିରେ ଜେଲଭରା ଆନ୍ଦୋଳନ କରିବାକୁ ଚେତାବନୀ । ଚେତାବନୀ ଦେଲା କେନ୍ଦ୍ରପଡ଼ା ନଗର ଓ ବ୍ଲକ କଂଗ୍ରେସ । ନଗର କଂଗ୍ରେସର ସଭାପତି ରାଜେଶ ମହାନ୍ତି ସଭାପତିତ୍ୱରେ ଅନୁଯଦଠିତ ହୋଇଥିଲା ଗଣଗର୍ଜନ ସମାବେଶ । ସମାବେଶରେ ରାଜ୍ୟ ସରକାରଙ୍କର କେନ୍ଦ୍ରପଡ଼ା ପ୍ରତି ଅଣଦେଖା ପ୍ରତିବାଦରେ କେନ୍ଦ୍ରପଡ଼ାବାସି ଗର୍ଜି ଉଠିଥିବାରୁ ଉଭୟ ନଗର ଓ ବ୍ଲକ କଂଗ୍ରେସ ତରଫରୁ ସେ କୃତଜ୍ଞତା ଜଣାଇଥିଲେ ।

ଗରାପୁର କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ବାଇକ ରାଲୀ ବାହାରି ତିନି ମୁହାଁଣି, ନୁଆ ପୁରୁଣା ବସ୍‌ଷ୍ଟାଣ୍ଡ ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏହି ରାଲିର ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୁର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପୁର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଆଦି ନେତୃତ୍ୱ ନେଇଥିଲେ । କେନ୍ଦ୍ରପଡ଼ା ସହରର ପଥର ବସ୍ତି ସହରର ଠାରୁ ଶହ ଶହ ମହିଳା ରାଲିରେ ସାମିଲ ହୋଇ ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ ।

ଗଣଗର୍ଜନ ସମାବେଶରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କର କେନ୍ଦ୍ରାପଡ଼ ବିରୋଧି ମନୋଭାବର କଠୋର ସମାଲୋଚନା କରିବା ସହ ମେଡ଼ିକାଲ କଲେଜ ଏବଂ ସିଟି ଡାକ୍ତରଖାନ ଦାବିରେ ଆନ୍ଦୋଳନ ଆହୁରି ଅଧିକ ଜୋର କରାଯିବ ବୋଲି ଘୋଷଣା କରିଥିଲେ କେନ୍ଦ୍ରପଡ଼ା ନଗର ଓ ବ୍ଲକ କଂଗ୍ରେସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର କୁମାରପ୍ରଧାନଙ୍କ ମାଧ୍ୟରେ ପ୍ରଦାନ କରାଯାଇଥିଲା । ତେବେ ଦାବି ପୁରଣ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ।

Leave A Reply

Your email address will not be published.