Latest Odisha News

BREAKING NEWS

ଦଶହରାରେ ରିଲିଜ ହେବ ମାଲ୍ୟଗିରି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଓ ଅଭିନେତ୍ରୀ

ପୁରୀ: ଦଶହରାରେ ଦର୍ଶକଙ୍କୁ ନୂଆ ଭେଟି । ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ଦମନର ସଫଳତା ପରେ ପୁଣି ଫିଲ୍ମ ମାଲ୍ୟଗିରି ଦର୍ଶକ ମାନଙ୍କ ମଧ୍ୟରେ ଧମାକା କରିବାକୁ ଯାଉଛି । ଏହି ଫିଲ୍ମରେ ବାବୁସାନଙ୍କ ସହ ପ୍ରଥମ ଥର ପାଇଁ ଅମ୍ଳାନ୍ ଦାସ ସ୍କ୍ରିନ୍ ସେୟାର କରୁଥିବା ଦର୍ଶକ ମାନଙ୍କୁ ଦେଖିବାକୁ ମିଳିବ । ତେବେ ଆସନ୍ତାକାଲି ପ୍ରେକ୍ଷାଳୟରେ ଦୁଇଟି ଭାଷାରେ(ହିନ୍ଦୀ ଓ ଓଡିଆ) ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ମାଲ୍ୟଗିରି ।

ଚଳଚ୍ଚିତ୍ର ମାଲ୍ୟଗିରିର ରିଲିଜ ପୂର୍ବରୁ ଏଥିରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି । ଏଥିସହ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଫିଲ୍ମର ସଫଳତା କାମନା କରିଛନ୍ତି ଅଭିନେତା ଓ ଅଭିନେତ୍ରୀମାନେ ।

ତେବେ ଆଇ ମା ଗପକୁ ନେଇ ଏହି ଫିଲ୍ମ ତିଆରି ହୋଇଥିବା ବେଳେ ଏଥିରେ ଲଭ୍ ଷ୍ଟୋରି ସହ ଆକ୍ସନ ମଧ୍ୟ ରହିଛି । ରେନଡ୍ରପ ପିକୃର୍ସ ଏବଂ କିଭସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥୀରାଜ ପଟ୍ଟନାୟକ । ଫିଲ୍ମର ପ୍ରଯୋଜକ ଅଛନ୍ତି ରିଙ୍କୁରିନୁ ଜେନା ଏବଂ ସହ ପ୍ରଯୋଜକ ଅଛନ୍ତି ପ୍ରଣତି ଗୋଚ୍ଛାୟତ ଏବଂ ବାବୁସାନ ମହାନ୍ତି । ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ବାବୁସାନଙ୍କୁ ଦେଖିବାକୁ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ନଜର ଆସିବେ । ଏଥିସହ ଅଭିନେତା ଅମ୍ଳାନ ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଅନ୍ୟତମ ନାୟକ ଏବଂ ନାୟିକା ଭାବେ ଫିଲ୍ମରେ ଦେଖିବାକୁ ମଧ୍ୟ ମିଳିବ । ତେବେ ପ୍ରଥମ ଥର ପାଇଁ ବାବୁସାନ ଏବଂ ଅମ୍ଳାନ ଏହି ଫିଲ୍ମରେ ଏକାଠି ନଜର ଆସିବେ ।

ଦଶହରା ବଜାରରେ ଫିଲ୍ମ ମାଲ୍ୟଗିରି ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶା ରଖିଛନ୍ତି ବାବୁଶାନ୍ । ସେପଟେ ପୁରୀରେ ଗୋଟିଏ ହେଲେ ବି ସିନେମା ହଲ୍ ନଥିବାରୁ ଖୁବଶୀଘ୍ର ଏଠାରେ ଏକ ସିନେମା ହଲ୍ ନିର୍ମାଣ କରାଯାଉ ବୋଲି ଅନୁରୋଧ କରିଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ।

Leave A Reply

Your email address will not be published.