Latest Odisha News

BREAKING NEWS

ସେପ୍ଟେମ୍ବର ୨୫ ଯାଏଁ ଓଡିଶାର ଏହି ହସ୍ପିଟାଲ ବନ୍ଦ

କେନ୍ଦ୍ରାପଡା: ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ କରୋନା ପଜିଟିଭ ଚିହ୍ନଟ ହେବାପରେ କେନ୍ଦ୍ରାପଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସେପ୍ଟେମ୍ବର ୨୫ ତାରିଖ ଯାଏଁ ବନ୍ଦ କରାଯାଇଛି।

ଏସମ୍ପର୍କରେ କେନ୍ଦ୍ରାପଡା ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ସେପ୍ଟେମ୍ବର ୨୨ ତାରିଖ ଅପରାହ୍ନ ୪ଟାରୁ ସେପ୍ଟେମ୍ବର ୨୫ ତାରିଖ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ । ଏହି ସମୟ ମଧ୍ୟରେ କେବଳ ଜରୁରୀକାଳୀନ ସେବା ଓ ଫିଭର କ୍ଲିନିକ୍ ଖୋଲା ରହିବ ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ଏଯାବତ୍ ୪,୧୪୩ କରୋନା ପଜିଟିଭ ମାମଲା ରହିଥିବା ବେଳେ ସଂକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.