Latest Odisha News

BREAKING NEWS

ଗଂଜାମରେ ଆସନ୍ତା ୨୪ ତାରିଖରୁ ପାଳନ ହେବ କୋଭିଡ ସପ୍ତାହ

ଛତ୍ରପୁର: ଆସନ୍ତା ୨୪ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ ଗଂଜାମରେ ଜିଲ୍ଲାସ୍ତରୀୟ କୋଭିଡ ସପ୍ତାହ ପାଳନ ହେବ । ଏହି ସପ୍ତାହରେ ସଚେନତାକୁ ବ୍ୟାପକ କରାଯିବାର ଲକ୍ଷ୍ୟ ରହିଛି । ଏ ନେଇ ଆଜି ଜିଲ୍ଲାପାଳ ବିଜୟ ଅମନୃତ କୁଲାଙ୍ଗେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଗଂଜାମ ରେ ସଂକ୍ରମିତଙ୍କ ସଂଖ୍ୟା କମିଛି ନିଶ୍ଚୟ କିନ୍ତୁ ଏବେ ବି ଲୋକେ ସଚେତନ ନୁହଁନ୍ତି । ଲୋକେ ଅନ୍ୟ ରାଜ୍ୟକୁ ଯିବା ଆସିବା କରୁଛନ୍ତି । ବସ୍ କିମ୍ବା ଅଟୋରେ ଗଲା ବେଳେ ଲୋକେ ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି । କୋଭିଡ ସପ୍ତାହ ପାଳନ ଅବସରରେ ଲୋକଙ୍କ ମଧ୍ୟରେ ସଚେତନତା ନିୟମକୁ କଡାକଡି କରାଯିବ । ଲୋକେ ଯେପରି ମାସ୍କ ବିନା ଘରୁ ନ ବାହାରନ୍ତି ସେଥି ପ୍ରତି ଧ୍ୟାନ ଦିଆଯିବ । ଏକାନ୍ତବାସରେ ରହୁଥିବା ଲୋକଙ୍କ ସହ ସ୍ୱାସ୍ଥ୍ୟକର୍ମୀମାନେ ଜୁମ୍ ମିଟିଂ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.