ସୁନ୍ଦରଗଡ଼ : ଉଦଯାପିତ ହୋଇଛି ଜିଲ୍ଲାସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ । ଭବାନୀ ସ୍ପୋର୍ଟସ କମ୍ପଲେକ୍ସ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସିନିୟର୍ ମହିଳା ଓ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଯୋଗଦେଇ କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ । ଏବଂ ହକି ଖେଳ ପ୍ରତି ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହିତ କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲାକୁ ନୂତନ ସ୍ତରରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ସଦର ଉପଜିଲ୍ଲପାଳ ଅଭିମନ୍ୟୁ ବେହେରା, ବଣେଇ ଉପଜିଲ୍ଲାାପଳ ପ୍ରଦୀପ କୁମାର ଡାଙ୍ଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଚୂଡାନ୍ତ ମ୍ୟାଚରେ ମହିଳା ହକି ଦଳ ମଧ୍ୟରୁ ଲେଫ୍ରିପଡ଼ା ବ୍ଲକ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ, ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକ ଯଥାକ୍ରମେ ତୃତୀୟ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ମ୍ୟାଚର ବିଜୟୀ ହୋଇଥିଲେ କୁତ୍ରା ବ୍ଲକ ।
ସେହିପରି ପୁରୁଷ ହକି ଦଳ ମଧ୍ୟରେ ନୂଆଗାଁ ବ୍ଲକ ଚତୁର୍ଥ ସ୍ଥାନରେ ରହିଥିବା ବେଳେ, ଲେଫ୍ରିପଡ଼ା ଓ ସବଡେଗା ବ୍ଲକ ଯଥାକ୍ରମେ ତୃତୀୟ ଓ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିଲେ । ଏବଂ କୁତ୍ରା ବ୍ଲକ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିଅନ୍ ହୋଇଥିଲା । ହକି ଆସୋସିଏସନର କାର୍ଯ୍ୟକାରୀ ଉପସଭାପତି ରାମେଶ୍ବର ଟପୋ, ସାଧାରଣ ସମ୍ପାଦକ ସିଲଭେଷ୍ଟର ତିର୍କୀ, ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ ଓ ମିଲଟନ୍ ବିଲୁଙ୍ଗ, ସାଇ ହଷ୍ଟେଲର ଅଧିକ୍ଷକ ଆବ୍ରାହାମ କିସପଟା ଓ ବରିଷ୍ଠ ହକି ପ୍ରଶିକ୍ଷକ ପ୍ରଦୀପ କୁମାର ଷଡଙ୍ଗୀ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।
Comments are closed.