Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ତୁହାକୁ ତୁହା ବର୍ଷା, ଉଜୁଡ଼ିବାକୁ ବସିଛି ଧାନ ଫସଲ

କେନ୍ଦ୍ରାପଡ଼ା : ବାତ୍ୟା ଜଓ୍ବାଦ ଟଳିଯାଇଛି । ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣିରେ ବୁଡ଼ି ରହିଛି ଧାନଫସଲ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ, ଆଳି ଓ ମାର୍ଶାଘାଇ ବ୍ଲକରେ ଧାନଫସଲ ଉଜୁଡିବାକୁ ବସିଛି । ବାତ୍ୟା ଜଓ୍ବାଦ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ଗରଦପୁର ଓ ଡେରାବିଶ ବ୍ଲକରେ ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବା ସହ କଚ୍ଚାଘର ଭାଙ୍ଗିବାର ଭୟ ରହିଛି ।

ବିଶେଷ କରି ଅଢଙ୍ଗା, ଭଗବାନପୁର, ଗହଗା, ଡିହବଳରାମପୁର ଅଞ୍ଚଳରେ ମାତ୍ରାଧିକ ବର୍ଷା ଯୋଗୁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାତ୍ୟା ଜଓ୍ବାଦ ପ୍ରଭାବରେ କେନ୍ଦ୍ରାପଡ଼ାରେ ଲାଗି ରହିଛି ପ୍ରବଳ ବର୍ଷା । ବିଶେଷ କରି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ଆଳି ଓ ରାଜକନିକା ବ୍ଲକରେ ବର୍ଷା ଆଣିଛି ବିପଦ । ଧାନ ଚାଷ ସବୁ ନଷ୍ଟ ହୋଇଯାଇଥିବା ବେଳେ ହତାଶ ହୋଇଛନ୍ତି ଚାଷୀ । ସେପଟେ ବର୍ଷା ପ୍ରଭାବରେ ଧନଜୀବନ ନଷ୍ଟ ନହେବା ନେଇ ସଜାଗ ରହିଛି ପ୍ରଶାସନ । ସତର୍କତା ମୂଳକ ପଦକ୍ଷେପ ସ୍ବରୂପ କିଛି ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ, କଚ୍ଚାଘରେ ବସବାସ କରୁଥିବା ଲୋକଙ୍କ ଉପରେ ନଜର ରଖିଛି ପ୍ରଶାସନ ।

Leave A Reply

Your email address will not be published.