ନୂଆଦିଲ୍ଲୀ: ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ ଘୃଣା ବିସ୍ତାର କରୁଥିବା ଅଭିଯୋଗ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ବ୍ୟବହାର କରିବାକୁ ମନା କରିଦେଇଛି।
ଖବରକାଗଜ ପକ୍ଷରୁ କୁହାଯାଇଛି ଯେ ଜାତିବାଦ ଏବଂ କନସ୍ପିରେସି ଥିଓରୀ ସହ ଆପତ୍ତିଜନକ ବିଷୟବସ୍ତୁ ‘ଏକ୍ସ’ରେ ବୃଦ୍ଧି ପାଉଛି।
ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୃଣା ବିସ୍ତାର କରିବା ପାଇଁ ‘ଦି ଗାର୍ଡିଆନ’ ଏଲନ୍ ମସ୍କଙ୍କୁ ଦାୟୀ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଦି ଗାର୍ଡିଆନ ‘ଏକ୍ସ’ ଛାଡିବାକୁ ନିଷ୍ପତ୍ତି ନେଇଛି। ନଭେମ୍ବର ୧୩ରେ ପ୍ରକାଶିତ ଏକ ଆର୍ଟିକିଲରେ ଦି ଗାର୍ଡିଆନ କହିଛି ଯେ ଆମେ ଅନୁଭବ କରୁଛୁ ଯେ ଏହି ପ୍ଲାଟଫର୍ମରେ ରହିବା ଆଉ ଉପଯୋଗୀ ନୁହେଁ। ଏଠାରେ ନକରାତ୍ମକତା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଏହା ଏକ ବିଷାକ୍ତ ପ୍ଲାଟଫର୍ମରେ ପରିଣତ ହୋଇଛି।
Comments are closed.