Latest Odisha News

BREAKING NEWS

ଟି୨୦: ସଞ୍ଜୁଙ୍କ ଅଲୋଡା ରେକର୍ଡ, ତିଳକଙ୍କ କୀର୍ତିମାନ

ସେଂଚୁରିଆନ: ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଛି । ଏଥିସହ ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଛି । ତିଳକ ବର୍ମା ୫୬ ବଲରେ ୧୦୭ ରନ କରି ଅପରାଜିତ ରହିବା ସହ ଭାରତୀୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୫୧ ବଲରେ ନିଜର ଆନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି । ଏଥିସହ ତିଳକ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ଯୁବ ଭାରତୀୟ ଭାବେ ଶତକ ହାସଲ କରିଛନ୍ତି । ସେ ମାତ୍ର ୨୨ ବର୍ଷ ୫ ଦିନରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଯଶସ୍ୱୀ ଜୈସୱାଲ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୨୧ ବର୍ଷ ୨୭୯ ଦିନରେ ନେପାଳ ବିପକ୍ଷରେ ଶତକ ହାସଲ କରିଥିଲେ । ଶୁଭମନ ଗିଲ(୨୩ ବର୍ଷ ୧୪୬ ଦିନ) ଓ ସୁରେଶ ରାଇନା( ୨୩ ବର୍ଷ ୧୫୬ ଦିନ) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନେସନ ମଧ୍ୟ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଦ୍ରୁତ ଅର୍ଦ୍ଧଶତକ ମାରିଛନ୍ତି । ସେ ୧୬ ବଲରେ ଅର୍ଦ୍ଧଶତକ ମାରିଥିବା ବେଳେ କ୍ୱିଟଂନ ଡିକକ(୧୫ ବଲରେ) ତାଙ୍କଠାରୁ ଆଗରେ ରହିଛନ୍ତି । ସେ ଗତବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି କୀର୍ତିମାନ ହାସଲ କରିଥିଲେ । ଟି୨୦ କ୍ରିକେଟରେ ଭାରତ ପ୍ରଥମ ଟିମ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୮ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛି । ସଞ୍ଜୁ ସାମସନ ପ୍ରଥମ ପୂର୍ଣ୍ଣ ସଦସ୍ୟ ଟିମର ଖେଳାଳି ଭାବେ ଗୋଟିଏ ବର୍ଷ ୫ ଥର ଡକରେ ଆଉଟ ହୋଇ ଅଲୋଡା ରେକର୍ଡ କରିଛନ୍ତି । ଜିମ୍ବାୱେର ରେଗିସ ଚାକୋଭା ୨୦୨୨ରେ ୫ ଥର ଶୂନରେ ଆଉଟ ହୋଇଥିଲେ ।

Comments are closed.