ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଏବେ ମଣିଷକୁ ଶାନ୍ତିରେ ଟିକିଏ ନିଶ୍ବାସ ନେବା ବି କଷ୍ଟକର ହୋଇପଡିଛି । ଖାଇବା, ପିଇବା ଏବଂ ଶୋଇବା ସବୁ କିଛିକୁ ବାଜିରେ ଲଗେଇ ସମୟ ସହ ତାଳ ଦେଇ ଦୌଡିବାରେ ବ୍ୟସ୍ତ ମଣିଷ । ହେଲେ କ’ଣ ଆପଣ ଜାଣନ୍ତି ସବୁ ଆପଣଙ୍କ ଶରୀର ପର୍ଯ୍ୟପ୍ତ ପରିମାଣର ନିଦ ଗ୍ରହଣ ନକରେ ତାହାଲେ ଦିନ ଆସିବ ଆପଣଙ୍କ ଶରୀର ଶୀଘ୍ର ଜରାଜୀର୍ଣ୍ଣ ହୋଇଯିବ ।
ଏହା ଆମେ ନୁହେଁ କିଛି ଏମିତି ମଡେଲ ପ୍ରସ୍ତୁତ କରି ଏବେ ଡରାଇଛି କିଛି ଗବେଷଣା । ତେବେ ସୋସିଆଲ ମିଡିଆରେ ଏବେ ଏକ ‘ଡିଜିଟାଲ ମଡେଲ’ର ଅତି ଅଦ୍ଭୁତ ଏବଂ ବିବ୍ରତକର ଚିତ୍ର ଭାଇରାଲ ହେଉଛି । ବାସ୍ତବରେ, ଏହି ଚିତ୍ରଗୁଡ଼ିକ ମାଧ୍ୟମରେ, ଲୋକଙ୍କୁ ଜଣାଇବାକୁ ଏକ ପ୍ରୟାସ କରାଯାଇଛି ଯେ ଯଦି ଜଣେ ବ୍ୟକ୍ତି ସାଢେ ଛଅ ଘଣ୍ଟା କିମ୍ବା ତା’ ଠାରୁ କମ୍ ସମୟ ଶୋଇଥାଏ, ତେବେ ସେ କିପରି ଦେଖାଯିବେ । ୨୦୫୦ ବେଳକୁ ସୁଦ୍ଧା ତାଙ୍କ ଅବସ୍ଥା କ’ଣ ହୋଇଥିବ ।
ତେବେ ଏହାକୁ ନେଇ ଶୋଇବା ବିଶେଷଜ୍ଞ ଡ. ସୋଫି ବଷ୍ଟକ୍ ‘ହାନ୍ନା’ ନାମକ ଏହି ମଡେଲ୍ ତିଆରି କରିଛନ୍ତି । ଯଦି ଜଣଙ୍କ ଶରୀର ପ୍ରତିଦିନ ୬.୫ ଘଣ୍ଟା କିମ୍ବା ତା’ଠାରୁ କମ୍ ଶୁଏ ତାହାଲେ ସେଥିରେ କ’ଣ ପରିବର୍ତ୍ତନ ହେବ ଏବଂ ଫଳାଫଳ କେତେ ଭୟାନକ ହେବ ତାହା ଦର୍ଶାଇଛନ୍ତି ।
‘ହାନ୍ନା’ ନାମକ ଏହି ମଡେଲକୁ ଭବିଷ୍ୟତର ୪୫ ବର୍ଷ ବୟସ୍କା ଏକ ବ୍ରିଟିଶ ମହିଳା ଭାବରେ ଡିଜାଇନ୍ କରାଯାଇଛି । ଯିଏ ଦୀର୍ଘସ୍ଥାୟୀ ପିଠି ଯନ୍ତ୍ରଣା, ଢିଲା ଚର୍ମ, ପତଳା କେଶ, ପାଦ ଫୁଲିଯିବା ଏବଂ ଆଖି ଫୁଲିଯିବା ଭଳି ରୋଗରେ ପୀଡିତ । ତାଙ୍କ ହାତ ଏବଂ ଗୋଡ ମଧ୍ୟ ବହୁତ ପତଳା ହୋଇଯାଇଛି | ଏଥି ସହିତ ଦୁର୍ବଳ ଇମ୍ୟୁନ୍ ସିଷ୍ଟମ ହେତୁ ସେ ବାରମ୍ବାର ସ୍ୱାଇନ୍ ଫ୍ଲୁ ରୋଗେ ପୀଡିତ ହେବାର ଆଶଙ୍କା ମଧ୍ୟ ରହିଛି ।
ତେବେ ତାଙ୍କ କହିବା ଅନୁଯାୟୀ, ପିଲାଙ୍କ ଅର୍ଥାତ୍ ଯୁବପିଢୀଙ୍କ ବଡିର ରେଜିଷ୍ଟାନ୍ସ ଅଧିକ । କିନ୍ତୁ ତାହା ତୁଳନାରେ ବୟସ୍କଙ୍କ ରେଜିଷ୍ଟାନ୍ସ କମ୍ ହୋଇଥିବାରୁ ବୟସ୍କ ଲୋକଙ୍କୁ ଅତି କମରେ ୭ରୁ ୯ ଘଣ୍ଟା ଶୋଇବା ଦରକାର । ଯେଁମାନେ ସେପରି କରିବେ ନାହିଁ ସେମାନଙ୍କ ଶରୀରରେ ଖୁବ୍ ଶୀଘ୍ର ସମସ୍ୟା ଆସିବ । ତେବେ ସେ ୧୯ ଟି ଗବେଷଣାକୁ ଆଧାର କରି ‘ହାନ୍ନା’ ଡିଜାଇନ୍ କରିଛନ୍ତି, ଯେଉଁଥିରେ ନିଦ୍ରାରୁ ବଞ୍ଚିବାର ପ୍ରଭାବ ଅଧ୍ୟୟନ କରାଯାଇଥିଲା ।