Latest Odisha News

BREAKING NEWS

ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡିଲା ବଡ ଭାଇଙ୍କ ତାଳଧ୍ଵଜ

ପୁରୀ: ଶେଷ ହେଲା ସବୁ ପ୍ରତିକ୍ଷାର ଅନ୍ତ । ଯେଉଁ ବିଶେଷ ସମୟ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରି ରହିଥିଲେ ସେ ସମୟ ଏବେ ପହଞ୍ଚିଛି । ଆରମ୍ଭ ହୋଇଛି ରଥ ଟଣା । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଛି । ଏହାପରେ ଦେବୀ ସୁଭଦ୍ରା ଏବଂ ପରେ କାଳିଆ ଠାକୁରଙ୍କ ରଥ ଟଣା ହେବ । ମାଉସୀ ମା ଅଭିମୁଖେ ବାହାରିବେ ତିନି ଭାଇ ଭଉଣୀ ।

ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ।ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିକ କରୁଛନ୍ତି । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହେବ ।

ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।

Comments are closed.